ଖିନ୍ଭିନ୍ କରିଦେଲେ ଚାଷ ଜମି, ଜଳେଶ୍ୱରରେ ମାତିଛନ୍ତି ଝାଡଖଣ୍ଡି ହାତୀ
ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ, ଲୋକେ ଭୟଭୀତ ! ସୁଚନା ଅନୁଯାୟୀ ଗତ ରାତିରେ ରାଇବଣିଆର ଲୁହାପଡା ଜଙ୍ଗଲରୁ ୫୫ ଟି ହାତୀ ନିକଟସ୍ଥ କେନ୍ଦୁ ଖୁଣ୍ଟା ଗ୍ରାମ ସହିତ ଆଖପାଖ ଗ୍ରାମର ଚାଷ ଜମିରେ ପଶି ଫସଲ ନଷ୍ଟ କରିଛନ୍ତି ! ଖବର ପାଇ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀମାନଙ୍କୁ ପଶ୍ଚିମବଙ୍ଗ ଆଡ଼କୁ ଘଉଡାଇଛନ୍ତି ! କିଛି ମାସ ହେବ ଝାଡ଼ଖଣ୍ଡ ଏବଂ ଶିମିଳିପାଳ ଅଞ୍ଚଳରୁ ପାଖାପାଖି ୭୦ ଟି ହାତୀ ରାଇବଣିଆ ଏବଂ ପଶ୍ଚିମବଙ୍ଗ ସିମାନ୍ତ ଅଞ୍ଚଳରେ ଡେରା ପକାଇଛନ୍ତି ! ହାତୀମାନେ ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଜଙ୍ଗଲରୁ ବାହାରି ଗାଁରେ ପଶି ଉପଦ୍ରବ ନଷ୍ଟ କରୁଛନ୍ତି ! ଅନେକ ସମୟରେ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛନ୍ତି ଓ ଘର ଭାଙ୍ଗିବା ସହିତ ବାଡି ବଗିଚା ଏବଂ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି ।