ଆରଆଇ ଅମିନ ପରୀକ୍ଷା ଓ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ କରି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଆଶାୟୀ ପ୍ରାର୍ଥୀ

ଆରଆଇ ଅମିନ ପରୀକ୍ଷା ଓ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ କରି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଆଶାୟୀ ପ୍ରାର୍ଥୀ

ଆରଆଇ ଅମିନ ପରୀକ୍ଷା ବାତିଲ ଦାବି ଓ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ କରି ଆସୁଥିବା ଛାତ୍ରଛାତ୍ରୀଙ୍କ ଅଭିନଵ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମାମଲାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଅନୁରୋଧ କରି ଷ୍ଟୁଡେଣ୍ଟ୍ ଏଗେନଷ୍ଟ କରପ୍ସନ ସଂଗଠନ ପକ୍ଷରୁ ରାଷ୍ଟ୍ରପତି ଭବନ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ଛାତ୍ରଛାତ୍ରୀ। କଟକ ଅରୁଣଦୋୟ ମାର୍କେଟ ପୋଷ୍ଟ ଅଫିସରେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ ରାଷ୍ଟ୍ରପତି ଭବନ ଉଦ୍ଦେଶ୍ୟରେ ଚିଠି ପଠାଇଛନ୍ତି। ଆସନ୍ତା ୨୩ ତାରିଖରେ ରାଷ୍ଟ୍ରପତି ଓଡିଶା ଗସ୍ତ କରିବାକୁ ଥିବା ବେଳେ ତା ପୂର୍ବରୁ ଏହି ଘଟଣାକୁ ଦୃଷ୍ଟିଦେବା ପାଇଁ ଦାବି କରିଛନ୍ତି ପରୀକ୍ଷାର୍ଥୀ। ଏହା ପୂର୍ଵରୁ ସଂଗଠନ ପକ୍ଷରୁ କଟକରେ କାଠଯୋଡି ନଦୀରେ  ଆଡମିଟ୍ କାର୍ଡକୁ ଡଙ୍ଗା କରି ନଦୀରେ ଭସାଇ ବିରୋଧ ପ୍ରଦର୍ଶନ କରିଥିଲେ । ତୁରନ୍ତ ସରକାର ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରିବ ସହ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପୂର୍ବରୁ କଳା ତାଲିକାଭୁକ୍ତ ଥିବାବେଳେ କିପରି ସେ ସଂସ୍ଥା ପରୀକ୍ଷା ପରିଚାଳନା କଲା ବୋଲି ଅଭିଯୋଗ କରିଛନ୍ତି। ଏହା ସହ ଆସନ୍ତା ୨୩ ତାରିଖ ସୁଦ୍ଧା ଦାବୀ ପୂରଣ ନ ହେଲେ ୨୪ ତାରିଖ ଦିନ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ପ୍ରତିବାଦକାରୀ । ଙଝଝଝଉ ପକ୍ଷରୁ ରାଜ୍ୟ ବ୍ୟାପି ସାଢ଼େ  ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଆରଆଇ ଅମିନ ପରୀକ୍ଷା ଦେଇଥିଲେ। ହେଲେ ତ୍ରୁଟିପୂର୍ଣ ପରୀକ୍ଷା ବ୍ୟବସ୍ଥା ପାଇଁ ବିଗତ ଅନେକ ମାସ ଧରି ଆନ୍ଦୋଳନ କୁ ଜାରି ରଖିଛନ୍ତି ପରୀକ୍ଷାର୍ଥୀ। ପରୀକ୍ଷା ବାତିଲ କରନ୍ତୁ ପୁନଃ ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି ପରୀକ୍ଷାର୍ଥୀ।  ଏହାବ୍ୟତୀତ ସରକାର ଙ୍କୁ ଏଯାବତ ଅଭିଯୋଗ କରି ଆସୁଥିବା ବେଳେ କାହିଁକି ରାଜ୍ୟ ସରକାର ଏଯାବତ କୌଣସି ଦୃଢ କାର‌୍ୟ୍ୟାନୁଷ୍ଠାନ ନେଉ ନାହାନ୍ତି । ତେଣୁ ବାଧ୍ୟ ହୋଇ ଶେଷ ରେ ରାଷ୍ଟ୍ରପତି ଏହି ଦିଗରେ ନିଶ୍ଚୟ ଦୃଷ୍ଟିଦେବେ ବୋଲି ଷ୍ଟୁଡେଣ୍ଟ୍ ଏଗେନଷ୍ଟ କରପ୍ସନ ଆବାହକ ବିଭୁତି ଭୂଷଣ ମହାପାତ୍ର ।