ପୁଣି ମାସ୍କ ବାଧ୍ୟତାମୂଳକ

ପୁଣି ମାସ୍କ ବାଧ୍ୟତାମୂଳକ

ବେଙ୍ଗାଲୁରୁ: ପୁଣି ଭୟ ବଢାଇଲାଣୀ କରୋନା ମାହାମାରୀ । କୋରୋନାର ନୂଆ ଭାରିଏଣ୍ଟ ଜେଏନ୧କୁ ନେଇ ସମସ୍ତଙ୍କ ମନରେ ଛନକା । କେରଳରେ ପ୍ରଥମ ଥର ଏହି ଭାରିଏଣ୍ଟ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରକାର ସଜାଗ ହୋଇଯାଇଛନ୍ତି । ପୁଣି ଫେରିଲା କରୋନା କଟକଣା । ରାଜ୍ୟରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି । ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ଯେଉଁମାନେ ହୃଦରୋଗ, କିଡନୀ ରୋଗ, ଜ୍ୱର ଓ ଥଣ୍ଡାରେ ପିଡିତ ଅଛନ୍ତି ସେମାନଙ୍କୁ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି ।

କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, ହୃଦରୋଗ, କିଡନୀ ରୋଗ, ଜ୍ୱର ଓ ଥଣ୍ଡାରେ ପୀଡ଼ିତ ହୋଇଥିବା ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । 
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡାକ୍ତରଖାନାରେ ଆବଶ୍ୟକ ପ୍ରସ୍ତୁତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆୟାଇଛି । କୋଡାଗୁ, ମାଙ୍ଗାଲୁରୁ ଏବଂ ଚାମରାଜାନଗର ଭଳି ସୀମାନ୍ତ ଜିଲ୍ଲାରେ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି । ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କରୋନା ପରୀକ୍ଷା ବାଧ୍ୟତାମୂଳକ । ତାପରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି ନା ନାହିଁ ତାହା ଜଣାପଡ଼ିବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ସୀମାନ୍ତ ଜିଲ୍ଲାଗୁଡ଼ିକରେ କୋରୋନା ପରୀକ୍ଷା ଅଧିକ କରାଯିବ । ବର୍ତ୍ତମାନ ପରିସ୍ଥିତି ଭଲ ଥିବାରୁ କୌଣସି ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
କେରଳରେ ଜେଏନ୍‌୧ ବର୍ତ୍ତମାନ ସମୟରେ ଚିନ୍ତାର କାରଣ ସାଜିଛି । କୋଭିଡ୍‌ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏହି ଭାରିଆଣ୍ଟ୍‌ରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ବର୍ତ୍ତମାନ କେରଳର ଜଣେ ୭୯ ବର୍ଷୀୟ ବୟସ୍କା ଏହି ଭାରିଆଣ୍ଟ୍‌ର ଶିକାର ହୋଇଥିବା ବେଳେ ତାଙ୍କର ଚିକିତ୍ସା ଜାରି