ମୁଖ୍ୟମନ୍ତ୍ରୀଙ୍କ ସଭାଘର

ମୁଖ୍ୟମନ୍ତ୍ରୀଙ୍କ ସଭାଘର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ତପôରତା ଦେଖାଦେଇଛି । ଶୁକ୍ରବାର ରାଜ୍ୟ ସରକାର ପକ୍ଷରୁ ମୁଖ୍ୟମନ୍ତ୍ରୀ ସଭାଘର ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ରହିଛି । ଏହା ମାଧ୍ୟମରେ ପ୍ରାୟ ଏକ ହଜାର ମୁଖ୍ୟମନ୍ତ୍ରୀ  ସଭାଘର ପଶ୍ଚିମ ଓଡ଼ିଶାର ବିଭିନ୍ନ ପଂଚାୟତରେ କରାଯିବ । ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନିତ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯଞ ନିର୍ବାହୀ ଅଜିତ୍ ମିଶ୍ର ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ସଭାଘର ଲାଗି ସରକାରଙ୍କ ପକ୍ଷରୁ ଆସନ୍ତାକାଲି ପ୍ରାୟ ୧୨୫କୋଟି ଟଙ୍କାର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ପ୍ରତି ସରକାରଙ୍କ ପ୍ରତି ଥିବା ଆନ୍ତରିକତା ସ୍ପଷ୍ଟ କରିବେ । ଶୁକ୍ରବାର ଅପରାହ୍ନରେ ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ପଶ୍ଚିମଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ।