ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୁରୀ : ଆଜି ପ୍ରସିଦ୍ଧ ଘୋଷଯାତ୍ରା, ବଡ଼ଦାଣ୍ଡରେ ହେବ ଭକ୍ତ ଭଗବାନଙ୍କ ମିଳନ। ବଡ଼ଦାଣ୍ଡରେ ହଜାର ହଜାର ଉତ୍କଣ୍ଠିତ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ରଥ-ପଥ । ସିଂହଦ୍ୱାରେ ଅପେକ୍ଷାରତ ରଥତ୍ରୟ । ସବୁରି ପ୍ରତୀକ୍ଷା ସେହି ଦିବ୍ୟ କ୍ଷଣକୁ । ରଥାରୁଢ ହେବେ ଶ୍ରୀଜିଉ । ପବିତ୍ର ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିବ ରଥ । ସେବକ ଓ ପ୍ରଶାସକଙ୍କ ଆଖିରୁ ନିଦ ହଜିଯାଇଛି । କିପରି ଶୃଙ୍ଖଳିତ ହେବ ମହାପ୍ରଭୁଙ୍କ ରଥଯାତ୍ରା । ଠାକୁରଙ୍କ ନୀତିକାନ୍ତି ଠାରୁ ଭକ୍ତଙ୍କ ଦର୍ଶନ ସୁବିଧା କେଉଁଥିରେ ଉଣା ନ କରିବାକୁ ଚାଲିଛି ପ୍ରସ୍ତୁତି ।

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଈଶ୍ୱରୀୟ ଯାତ୍ରା ଆମ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ଆଧ୍ୟାତ୍ମିକ ସମୃଦ୍ଧିରେ ପରିପୂର୍ଣ୍ଣ କରୁ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରିଛନ୍ତି ଯେ, ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ।