ପ୍ରାର୍ଥୀପତ୍ର ଯାଂଚରେ ୪ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ପ୍ରାର୍ଥୀପତ୍ର ଯାଂଚରେ ୪ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ପ୍ରାର୍ଥୀପତ୍ର ଯାଂଚରେ ୪ଜଣଙ୍କ ପ୍ରାର୍ଥୀପତ୍ର ନାକଚ
ପୁରୀ : ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଗୁଡିକର ଯାଂଚ୍ କରାଯାଇଛି । ୧୦୮ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କଳିଙ୍ଗ ସେନା ପ୍ରାର୍ଥୀ ପ୍ରମୋଦ ପରିଡାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ୧୦୯ ସତ୍ୟବାଦୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା କଳିଙ୍ଗ ସେନାର ନଗେନ୍ଦ୍ରନାଥ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ମଙ୍ଗୁଆ ସେନାପତିଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ସେହିପରି ପୁରୀ ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ଭାସ୍କର ଚନ୍ଦ୍ର ଦାସଙ୍କ ପ୍ରାର୍ଥୀପତ୍ରଟି ନାକଚ ହୋଇଯାଇଛି । କାଏମ ରହିଥିବା ପ୍ରାର୍ଥୀପତ୍ର ମଧ୍ୟରେ ପୁରୀ ବିଧାନସଭା ପାଇଁ ମହେଶ୍ୱର ମହାନ୍ତି (ବିଜେଡି), ଜୟନ୍ତ କୁମାର ଷଡଙ୍ଗୀ (ବିଜେପି), ଇଂ. ଅରୋପ୍ରସାଦ ମିଶ୍ର (କଂଗ୍ରେସ), ସୁରେନ୍ଦ୍ର ଭୋଇ (ବିଏସପି), ଜିତେନ୍ଦ୍ରୀୟ ବେହେରା (ଏଆଇଏଫବି), ଗୋପାଳକୃଷ୍ଣ ପଣ୍ଡା (ସ୍ୱାଧୀନ) ରହିଛନ୍ତି । ବ୍ରହ୍ମଗିରି ସଂଜୟ କୁମାର ଦାସବର୍ମା (ବିଜେଡି), ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବିଜେପି), ଉମାକାନ୍ତ ବରାଳ (କଂଗ୍ରେସ), ବିହାରୀବନ୍ଧୁ ପଲେଇ (ବିଏସପି) କାଏମ ରହିଛି । ପିପିଲିି ଅଜିତ୍ ମଙ୍ଗରାଜ (କଂଗ୍ରେସ), ଅହମ୍ମଦ ଖାନ୍ (ବିଏସପି), ଆଶ୍ରିତ ପଟ୍ଟନାୟକ (ବିଜେପି), ପ୍ରଦୀପ ମହାରଥୀ (ବିଜେଡି), ଅଶୋକ ପ୍ରଧାନ (ସିପିଆଇଏମଏଲ ଲିବରେସନ), ପଦ୍ମଚରଣ ଜେନା (ଏସୟୁସିଆଇ କମ୍ୟୁନିଷ୍ଟ), ସମ୍ବିତ ପଟ୍ଟନାୟକ (ସ୍ୱାଧୀନ)ଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ସତ୍ୟବାଦୀ ଉମାକାନ୍ତ ସାମନ୍ତରାୟ (ବିଜେଡି), ଓମପ୍ରକାଶ ମିଶ୍ର (ବିଜେପି), ପ୍ରଭାତ କୁମାର ଭୋଇ (ବିଏସପି), ପ୍ରସାଦ ହରିଚନ୍ଦନ (କଂଗ୍ରେସ), କୈଳାସଚନ୍ଦ୍ର ବରାଳ (ହିନ୍ଦୁସ୍ଥାନ ନିର୍ମାଣ ଦଳ)ଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ପୁରୀ ଲୋକସଭା ପିନାକୀ ମିଶ୍ର (ବିଜେଡି), ଡା. ସମ୍ବିତ ପାତ୍ର (ବିଜେପି), ସତ୍ୟପ୍ରକାଶ ନାୟକ (କଂଗ୍ରେସ), ନୃସିଂହ ଚରଣ ଦାସ (ବିଏସପି), ଜୟପ୍ରକାଶ ସେଠୀ (ଅଖିଳ ଭାରତ ହିନ୍ଦୁ ମହାସଭା), ମନ୍ଦାକିନୀ ସେଠୀ (ସିପିଆଇଏମଏଲ ଲିବରେସନ) ରଞ୍ଜନ କୁମାର ମିଶ୍ର (ସିପିଆଇଏମଏଲ ରେଡଷ୍ଟାର), ସବ୍ୟସାଚୀ ମହାପାତ୍ର (କଳିଙ୍ଗ ସେନା) ଭାବେ ପ୍ରାର୍ଥୀପତ୍ର କାଏମ ରହିଛି । ଆସନ୍ତା ୮ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇବ । ଏପ୍ରିଲ ୨୩ ତାରିଖ ଦିନ ଭୋଟ ଗ୍ରହଣ କରାଯିବ ।