ସ୍ବର୍ଗତ ନିର୍ମଳ ପଣ୍ଡାଙ୍କ ସ୍ମୃତିରେ  ଶ୍ରଦ୍ଧାଞ୍ଜଳୀ ସଭା

ସ୍ବର୍ଗତ ନିର୍ମଳ ପଣ୍ଡାଙ୍କ ସ୍ମୃତିରେ  ଶ୍ରଦ୍ଧାଞ୍ଜଳୀ ସଭା

କଟକର ଅତି ଜଣାଶୁଣା ତଥା ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ନିର୍ମଳ ପଣ୍ଡାଙ୍କ ସ୍ମୃତିରେ ଆଜି କଟକ ଖାନନଗର ପାର୍କ ଶ୍ରଦ୍ଧାଞ୍ଜଳୀ ସଭାର ର ଆୟୋଜନ କରାଯାଇଥିଲା। ଏହି ସଭାରେ କଟକରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ରହି ସ୍ବର୍ଗତ ନିର୍ମଳ ପଣ୍ଡା ଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସ୍ବର୍ଗତ ନିର୍ମଳ ଦୁଇ ଦଶନ୍ଧି ଧରି ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରି ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଗତ ଶନିବାର ଦିନ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା। ସ୍ବର୍ଗତ ନିର୍ମଳ ଙ୍କ ପରିବାର କୁ କିଭଳି ସରକାରୀ ସହାୟତା ଓ ସାମ୍ବାଦିକ କଲ୍ୟାଣ ପାଣ୍ଠି ରୁ ସହଯୋଗ ମିଳି ପାରିବ ସେ ନେଇ ଆଲୋଚନା ମଧ୍ୟ କରାଯାଇଥିଲା।