OBCC କାହିକିଁ ସର୍ଭେ ରିପୋର୍ଟ ସାର୍ବଜନୀନ କରୁନି ତାକୁ ନେଇ ସନ୍ଦେହ
ସାର୍ବଜନୀନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ହୋଇଥିବା ଜିପିଆର ସର୍ଭେ ରିପୋର୍ଟ । ଜଣାପଡିବ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱର 75 ମିଟର ପରିଧି ମଧ୍ୟରେ ମାଟିତଳେ କଣ ଥିଲା। ଏଭଳି କିଛି ଆଶା ସଞ୍ଚାର ହୋଇଛି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଓବିସିସିକୁ ଚିଠି ଲେଖାଯିବା ପରେ । ସୂଚନା ଅଧିକାର କର୍ମୀ ଦୀଲିପ ବରାଳ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଜିପିଆର ରିପୋର୍ଟ ସାର୍ବଜନୀନ କରିବା ନେଇ ଚିଠି ଲେଖିବା ପରେ ମନ୍ଦିର ପ୍ରଶାସନ ଓବିସିସି ଏମଡିଙ୍କୁ ଲେଖିଛି ଚିଠି। ଦେଖନ୍ତୁ ଏ ହେଉଛି ସେ ଚିଠି। ଚିଠିରେ ସଫାସଫା ଲେଖାହୋଇଛି ଜିପିଆର ରିପୋର୍ଟକୁ ଓବିସିସି ସାର୍ବଜନୀନ କରୁ ଅର୍ଥାତ ଜିଲ୍ଲାପାଳଙ୍କ ନିକଟରେ ଏହାକୁ ପ୍ରଦାନ କରାଯାଉ। ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ। କିଭଳି ରାତି ଅଧରେ ଶ୍ରୀମନ୍ଦିର ଚାରିପଟୁ ଓବିସିସି ତରଫରୁ ଜିପିଆର ସର୍ଭେ କରାଯାଇଥିଲା । ସେପଟେ ମାଟି ତଳେ ଆହୁରି ଗୁପ୍ତଧନ କିମ୍ବା କୀର୍ତ୍ତୀରାଜି ଥିବା ଆଶଙ୍କା କରିଛନ୍ତି ପୂଜାପଣ୍ଡା ନିଯୋଗର ସମ୍ପାଦକ । ଅନ୍ୟପଟେ ଯଦି ଓବିସିସି ଜିପିଆର ସର୍ଭେ ରିପୋର୍ଟ ପ୍ରଦାନ ନ କରିବ ତେବେ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି ସୂଚନା ଅଧିକାର କର୍ମୀ ଦୀଲିପ ବରାଳ । ତେବେ ରାତି ଅଧରେ ପାଣ୍ଡିଆନ୍ ବାରମ୍ବାର ପୁରୀ ଗସ୍ତ କରୁଥିବା ବେଳେ ଜିପିଆର ସର୍ଭେ ମଧ୍ୟ ରାତି ଅଧରେ ହୋଇଥିବାରୁ ଗୁପ୍ତଧନ ହରିଲୁଟ୍ ଆଶଙ୍କାରେ ତତ୍କାଳୀନ 5ଟି ଅଧକ୍ଷଙ୍କୁ ଟାର୍ଗେଟ୍ କରିଛନ୍ତି ବୁଦ୍ଧିଜୀବୀ।