ସଂସଦର ସୁରକ୍ଷା ତ୍ରୁଟି ଘଟଣା:ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ

ସଂସଦର ସୁରକ୍ଷା ତ୍ରୁଟି ଘଟଣା:ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ଘଟଣାରେ ସାମିଲ୍‌ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଷଷ୍ଠ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଅଭିଯୁକ୍ତଜଣକ ଏପର୍ୟ୍ୟନ୍ତ ଫେରାର୍‌ ଅଛନ୍ତି। ପୋଲିସକୁ ତାଙ୍କର ପରିଚୟ ଜଣାପଡିଛି। ସେ ହେଲେ ଲଳିତ ଝା। ସେ ବୁଧବାର ଦ୍ୱିପ୍ରହର ୧ରୁ ୨ଟା ମଧ୍ୟରେ ହ୍ବାଟସଆପରେ ନିଜ ସହଯୋଗୀଙ୍କୁ ଏହି ଘଟଣାର ଭିଡିଓ ପଠାଇଥିଲେ। ଘଟଣାର ତୁରନ୍ତ ବାଦ ଅଭିଯୁକ୍ତ ଲଳିତ ତାଙ୍କ ସହଯୋଗୀ ନୀଳାକ୍ଷୀ ଆଇଚଙ୍କୁ ହ୍ବାଟସଆପ ଦ୍ୱାରା ସମ୍ପର୍କ କରିଥିଲେ। ନୀଳାକ୍ଷୀ ପଶ୍ଚିମବଙ୍ଗ ସ୍ଥିତ ଏକ ଏନଜିଓର ପ୍ରତିଷ୍ଠାତା ଓ ଜଣେ ଛାତ୍ର ମଧ୍ୟ ଅଟନ୍ତି।
ଅନ୍ୟପଟେ ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂସଦ ସୁରକ୍ଷା ଦାୟିତ୍ୱରେ ଥିବା ୮ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭା ସେକ୍ରେଟାରିଏଟ ପକ୍ଷରୁ ସମ୍ପୃକ୍ତ ୮ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।