ପୁଣି ହେବ କି ଓଲଟପାଲଟ? ମହାରାଷ୍ଟ୍ରରେ ପୁଣି ରାଜନୀତି ସରଗରମ । ଅଜିତଙ୍କ କ୍ୟାମ୍ପର ୧୮ ବିଧାୟକ ଶରଦ ପାୱାରଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ।

ପୁଣି ହେବ କି ଓଲଟପାଲଟ? ମହାରାଷ୍ଟ୍ରରେ ପୁଣି ରାଜନୀତି ସରଗରମ । ଅଜିତଙ୍କ କ୍ୟାମ୍ପର ୧୮ ବିଧାୟକ ଶରଦ ପାୱାରଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ।

ଲୋକସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ସରଗରମ । ଅଜିତଙ୍କ କ୍ୟାମ୍ପର ୧୮ ଜଣ ବିଧାୟକ ଏବେ ଶରଦ ପାୱାରଙ୍କ କ୍ୟାମ୍ପ ସହ ଯୋଗାଯୋଗରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏସବୁ ଭିତରେ ଅଜିତ ପାୱାର ନିଜ ବାସଭବନରେ ବିଧାୟକ ଦଳର ବୈଠକ ଡାକିଛନ୍ତି । ଯଦି ଶରଦ ପାୱାରଙ୍କ କ୍ୟାମ୍ପ କରୁଥିବା ଦାବିରେ ସତ୍ୟତା ଥାଏ ତେବେ ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ହଟଚମଟ ଦେଖିବାକୁ ମିଳିପାରେ । 
ମହାରାଷ୍ଟ୍ରରେ ବିଜେପି, ଅଜିତ ପାୱାରଙ୍କ ଏନସିପି ଓ ଶିବସେନା ସିନ୍ଦେ ଗୋଷ୍ଠୀର ମିଳିତ ସରକାର ଚାଲିଛି । ଅନ୍ୟପଟେ ଚଳିତ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ମହାରାଷ୍ଟ୍ରରେ ଦମଦାର ପ୍ରଦର୍ଶନ କରିଛି । କଂଗ୍ରେସ ୧୩, ଶିବସେନା ଉଦ୍ଧବ ଗୋଷ୍ଠୀ ୯ ଓ ଏନସିପି ଶରଦ ପାୱାର ଗୋଷ୍ଠୀ ୮ଟି ଆସନରେ ବିଜୟୀ ହୋଇଛନ୍ତି ।