ବିଜୁଳି କଟିଲେ ତତ୍କାଳ ପଦକ୍ଷେପ ନିଅ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ଵର : ବିଜୁଳି ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଶେଷ। ବିଜୁଳି ବିଭ୍ରାଟ ନେଇ ଏହି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ୟ୍ୟ ଶୀଘ୍ର ସାରିବା ଏବଂ ବିଦ୍ୟୁତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଡିସକମ୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କଣ୍ଟ୍ରୋଲ ରୁମକୁ ଆସୁଥିବା ଅଭିଯୋଗକୁ ଗୁରୁତ୍ଵ ଦେଇ ବିଦ୍ୟୁତ ଯୋଗାନ୍ତୁ ବୋଲି କହିଛନ୍ତି। ମୁଖ୍ୟ ଶାସନ ସଚିବ ବିଦ୍ୟୁତ କାଟ ସମସ୍ୟାକୁ ଦୂର କରିବା ପାଇଁ ତତ୍କାଳ ପଦକ୍ଷେପ ନେବାକୁ ଶକ୍ତି ବିଭାଗ ଓ ବିତରଣ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଶକ୍ତି ବିଭାଗ ଓ ବିତରଣ କମ୍ପାନୀ ମଧ୍ୟରେ ସମନ୍ଵୟ ରକ୍ଷା କରି ବିଦ୍ୟୁତ୍ ଯୋଗାନ୍ତୁ। ସବ୍ ଷ୍ଟେସନ ଓ ଷ୍ଟେସନ ସହ ଯୋଗାଯୋଗ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଦିଅନ୍ତୁ। ସୋସିଆଲ ମିଡ଼ିଆରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ନେଇ ଯଥା ଶୀଘ୍ର ସମାଧାନ କରନ୍ତୁ। ଲୋକଙ୍କ କଲ୍ ଆସିଲେ ଆଟେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।