ଯୁକ୍ତ ୩ ଅନଲାଇନ୍ ଆବେଦନ ପାଇଁ ତାରିଖ ପ୍ରକାଶ

ଯୁକ୍ତ ୩ ଅନଲାଇନ୍ ଆବେଦନ ପାଇଁ ତାରିଖ ପ୍ରକାଶ

ଭୁବନେଶ୍ଵର : ଯୁକ୍ତ ୩ ପାଇଁ ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଅନଲାଇନ୍ ଆବେଦନ । ଜୁଲାଇ ୪ ତାରିଖ ଯାଏଁ ଚାଲିବ ଅନଲାଇନ୍ ଫର୍ମପୂରଣ । ଏହାପରେ ଜୁଲାଇ ୧୪ରେ ପ୍ରକାଶ ପାଇବ ପ୍ରଥମ ପର୍ୟ୍ୟାୟ ମେଧା ତାଲିକା । ଜୁଲାଇ ୨୭ରେ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା । ଅଗଷ୍ଟ ୩ରେ ତୃତୀୟ ପର୍ୟ୍ୟାୟ ମେଧା ତାଲିକା । ଅଗଷ୍ଟ ୨୧ରେ ଚତୁର୍ଥ ପର୍ୟ୍ୟାୟ ମେଧା ତାଲିକା । ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ମେଧା ତାଲିକା ପ୍ରକାଶ ପାଇବ । ଏନେଇ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉଲ୍ଲେଖ ଥାଉ କି ୨୦୨୨-୨୩ ଶିକ୍ଷାବର୍ଷରେ ୧୦୨୩ ଯୁକ୍ତ୩ କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟ୍‌ରେ ନାମଲେଖା ହୋଇଥିଲା। ୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍‌ରେ ନାମଲେଖା ହେବ। କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍‌ ରହିଛି।