ଶିକ୍ଷାଲାଭ କରିବା କେବେ ସରେ ନାହିଁ : ମହାମହିମ

ଶିକ୍ଷାଲାଭ କରିବା କେବେ ସରେ ନାହିଁ : ମହାମହିମ

ବାରିପଦା: ଶିକ୍ଷାଲାଭର ଅନ୍ତ ନାହିଁ। ଶିକ୍ଷାଲାଭ କରିବା କେବେ ସରେ ନାହିଁ।  ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ମଞ୍ଚରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେ ତାଙ୍କର ସ୍ମୃତିଚାରଣ କରିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମଧ୍ୟ ମଞ୍ଚରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରି କହିଥିଲେ, ମୁଁ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ବେଳେ ସାନ୍ତାଳୀ ଭାଷାକୁ ମାନ୍ୟତା ଲାଗି ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସାକ୍ଷାତ କରିଥିଲି। ଏହି ଭାଷାର ସଂରକ୍ଷଣ କ୍ଷେତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ। ମୁଁ ମୟୂରଭଞ୍ଜ ମାଟିର ଝିଅ। ଏହା ମୋର ପ୍ରଥମ ପରିଚୟ। ସମସ୍ତେ ଦେଶ ଓ ଦେଶର ବିକାଶ କଥା ଚିନ୍ତା କରିବା ଉଚିତ।ନାରୀ ବିକାଶ ଦେଶର ଏକ ମୁଖ୍ୟ ଉପାଦାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରିଛନ୍ତି।