ସମ୍ପନ୍ନ ହେଲା ପ୍ରାଣପ୍ରତିଷ୍ଠା କାର୍ୟ୍ୟ

ସମ୍ପନ୍ନ ହେଲା ପ୍ରାଣପ୍ରତିଷ୍ଠା କାର୍ୟ୍ୟ

ନୂଆଦିଲ୍ଲୀ: ଯେଉଁ ଦିନକୁ ବର୍ଷ ବର୍ଷରୁ ଅପେକ୍ଷା ଥିଲା ଶେଷରେ ସେ ଦିନ ଆସିଯାଇଛି। ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି।  ଅଯୋଧ୍ୟା ରାମ ମନ୍ଦିର ସ୍ୱପ୍ନ ସତ ହେବା ଯେତିକି ଐତିହାସିକ, ସେତିକି ଅବିସ୍ମରଣୀ। ସରିଲା କାଳ କାଳର ଅପେକ୍ଷା । ସମ୍ପନ୍ନ ହେଲା ପ୍ରାଣପ୍ରତିଷ୍ଠା କାର୍ଯ୍ୟ ।  ସାକାର ହେଲା କୋଟି କୋଟି ଆଖିର ସ୍ୱପ୍ନ । ଶେଷ ହେଲା ଅଯୋଧ୍ୟା ରାମମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ । ବିରାଜିଲେ ପ୍ରଭୁ ଶ୍ରୀରାମ । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ କରିଛନ୍ତି । ଶୁଭ ମୁହୂର୍ତ୍ତରେ ମନ୍ତ୍ରପାଠ ସହ ହୋଇଛି ପ୍ରଭୁଙ୍କ ପ୍ରତିଷ୍ଠା ।ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି ।

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଯଜମାନଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ  ସୁନେଲି ରଙ୍ଗର କୁର୍ତ୍ତା ଧଳା ରଙ୍ଗ ପାଇଜାମା ପିନ୍ଧିଥିଲେ।  କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ଚାରିଆଡ଼େ ଜୟ ଶ୍ରୀ ରାମଙ୍କ ଧ୍ୱନିରେ ପ୍ରକମ୍ପିତ ହେଉଛି। ପ୍ରାଣ ପ୍ରତିଷ୍ଠା ବେଳେ ହେଲିକପ୍ଟରେ ଆକାଶମାର୍ଗରୁ ପୁଷ୍ପବର୍ଷା କରାଯାଇଥିଲା । 

ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଅରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତି । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ । ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ଆରଏସଏସ ମୁଖ୍ୟ ମଙ୍ଗଳ ଆଳତୀ କରିଥିଲେ ।