ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗିରଫ  

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗିରଫ   

ଆଦିବାସୀ ନାବାଳିକାର ଦୁଷ୍କର୍ମ କରି, ଫେରାର ଥିବା ଅଭିଯୁକ୍ତକୁ କାବୁକରିଛି ପୁଲିସ । ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ସପ୍ତମ ଶ୍ରେଣୀ ରେ ପଢ଼ୁଥିବା ଆଦିବାସୀ ନାବାଳିକା ଝିଅକୁ ଅପହରଣ କରାଯାଇଥିଲା । କାଞ୍ଜିପାଣି ଥାନା ବେଣିଡିହ ଗାଁ ର ନାବାଳିକା ଝିଅଟି ତାଙ୍କ  ସାହି ଲୋକଙ୍କ ସହିତ ହାଟକୁ ଆସିଥିବା ବେଳେ ତାକୁ ଏକୁଟିଆ ପାଇ  ଟେକି ନେଇ ଦୁର୍ଷ୍କମ  କରିଥିଲା ସଇତାନ ସେକ କୃବାନ ନାମକ ଜଣେ ଯୁବକ । ଅଭିଯୁକ୍ତଙ୍କ ଘର ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲା ଖାରଫୁସ ଗାଁ ରେ । ସେ ୪୯ ନମ୍ବର  ଜାତୀୟ ରାଜପଥ ବାରାହାଦେବତା ଠାରେ ଏକ ଚା ଦୋକାନ କରିଛି । ନାବାଳିକା ଟିକୁ ଗୁରୁତର ଅବସ୍ଥାରେ ପରିବାର  ଲୋକେ ତେଲକୋଇ ମେଡ଼ିକାଲ ରେ ଭର୍ତ୍ତି କରିବା ସହ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ ଆରମ୍ଭ କରିଥିଲା ହେଲେ ସେତେବେଳେ କୁ ଅଭିଯୁକ୍ତ ଫେରାରଥିଲା । କେନ୍ଦୁଝର ଏସପି ଙ୍କ  ନିର୍ଦ୍ଦେଶରେ ବଡ଼ବିଲ ଏସଡିପିଓ ଙ୍କ ନେତୃତ୍ବରେ ପାଞ୍ଚଟି ଟିମ୍ ଦିନରାତି ଅଭିଯୁକ୍ତ ଉପରେ ନଜର ରଖିଥିଲେ । ଫଳରେ ଅଭିଯୁକ୍ତକୁ ରବିବାର ମୟୁରଭଞ୍ଜ ଜିଲ୍ଲା ରୁ ଗିରଫ କଲା ପୁଲିସ । ଶେଷରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅଭିଯୁକ୍ତ କୃବାନ ଆତ୍ମଗୋପନ କରିଥିବା ବେଳେ ପୋଲିସ ତାକୁ ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଗରୁ ମଧ୍ୟ ସେକ କୃବାନ ନାଁ ରେ ଗୋ ଚାଲାଣ ନେଇ ପୁଲିସ କେସ ରହିଥିବା ଜଣାପଡିଛି ।