ରାଜ୍ୟ ଫରେନସିକ ଲାବ୍‌ର ଆଧୁନିକୀକରଣ ପାଇଁ ୧୫୦ କୋଟି ମଞ୍ଜୁର

ରାଜ୍ୟ ଫରେନସିକ ଲାବ୍‌ର ଆଧୁନିକୀକରଣ ପାଇଁ ୧୫୦ କୋଟି ମଞ୍ଜୁର

ଭୁବନେଶ୍ବର: ରାଜ୍ୟ ଫରେନସିକ ସାଇନ୍ସ ସର୍ଭିସ ଅର୍ଗାନାଇଜେସନର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦  କୋଟି ମଞ୍ଜୁର କରିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ମଜବୁତ କରିବା ଲକ୍ଷ୍ୟ ନେଇ  ଏହି ଅନୁଦାନ ମଞ୍ଜୁର କରାଯାଇଛି। ଏହି ଯୋଜନା ମର୍ଡନାଇଜେସନ ଫରେନସିକ ସାଇନ୍ସ ସର୍ଭିସେସ୍ ଅର୍ଗାନାଇଜେସନ ନାମରେ କାର୍ୟ୍ୟକାରୀ ହେବ। ଏହି ଯୋଜନା ୫ ବର୍ଷ ମଧ୍ୟରେ ୨୦୨୩-୨୪ ରୁ ୨୦୨୭-୨୮ ମଧ୍ୟରେ କାର୍ୟ୍ୟକାରୀ ହେବ।୫-ଟି ଅନ୍ତର୍ଗତ ଏହି ଯୋଜନାରେ  କିଛି ମୁଖ୍ୟ ଉଦ୍ଦେଶ୍ୟ ରହିଛି।  ମାମଲାଗୁଡିକର ଶୀଘ୍ର ସମାଧାନ, ରାଜ୍ୟ ଓ ଜିଲ୍ଲା ସ୍ତରରେ ଫରେନସିକ ଲାବୋରେଟୋରୀକୁ ମଜବୁତ କରିବା,  ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏହାର ମୁଖ୍ୟ ଲକ୍ଷ୍ୟ ରହିଛି।
ବାଲେଶ୍ବର ଏବଂ ସମ୍ବଲପୁରରେ ନୂତନ ଆଞ୍ଚଳିକ ଫରେନସିକ ଲାବୋରେଟୋରୀ  ଗୃହ ନିର୍ମାଣ ପାଇଁ ୨୦ କୋଟି, ସରଞ୍ଜାମ ପାଇଁ  ୧୨୫ କୋଟି ୨୫ ଲକ୍ଷ, ମୋବାଇଲ ଫରେନସିକ ଭ୍ୟାନ ପାଇଁ ୩ କୋଟି ୫୦ ଲକ୍ଷ ଖର୍ଚ୍ଚ ହେବ।