NEET ପେପର ଲିକ୍ ମାମଲାରେ ଗୁରୁବାର ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି

NEET ପେପର ଲିକ୍ ମାମଲାରେ ଗୁରୁବାର ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି

NEET ପେପର ଲିକ୍ ମାମଲାରେ ଗୁରୁବାର ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ପାଟନା ଏମ୍ସର ତିନି ଜଣ ଡାକ୍ତରଙ୍କୁ ଗିରଫ କରିଛି ସିବିଆଇ । ତେବେ NEET ମାମଲାକୁ ଗମ୍ଭୀର କହିଥିଲେ ପ୍ରଧାନ ବିଚାରପତି ।  ସୂଚନା ମୁତାବକ ଗିରଫ ତିନିଜଣ ଡାକ୍ତର ହେଉଛନ୍ତି ୨୦୨୧ ବ୍ୟାଚର ଛାତ୍ର । ଏମାନଙ୍କ ଠାରୁ ଲାପଟପ  ମୋବାଇଲ ସମେତ ଆହୁରି  ସନ୍ଦେହଜନକ ଜିନିଷ ପତ୍ର ଜବତ କରିଛି ସିବିଆଇ । ସୂଚନାଯୋଗ୍ୟ ଯେ NEET କାଗଜ ଲିକ୍ ମାମଲାର ଅନୁସନ୍ଧାନ ଅଗ୍ରଗତି ଚାଲିଛି । ଏଥିରେ ଜଡିତ ଥିବା ପ୍ରାୟ ସମସ୍ତ ସନ୍ଦେହଜନକ ଚେହେରାକୁ ସିବିଆଇ ହେପାଜତକୁ ନେଇଛି ।ପେପର ଚୋରି କରିଥିବା ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ପ୍ରାର୍ଥୀଙ୍କୁ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସିବିଆଇ ପହଞ୍ଚି ତନାଘନା କରୁଛି ।  NEET କାଗଜ ଲିକ୍ ମାମଲା ସିବିଆଇକୁ ହସ୍ତାନ୍ତର କରିବା ପରେ ୨୫ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ୪୨ ଅଭିଯୁକ୍ତଙ୍କୁ ରାଜ୍ୟରୁ ଗିରଫ କରାଯାଇଛି । ସିବିଆଇ ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ସମଗ୍ର ମାମଲାରେ କେବଳ ଗୋଟିଏ ନିଖୋଜ ଲିଙ୍କ ଖୋଜାଯାଉଛି ଯାହା କାଗଜପତ୍ର ପରିବହନ କରୁଥିବା ଟ୍ରକକୁ ଆଣି ଡିଲରଙ୍କ ନିକଟକୁ ପଠାଉଥିଲେ  ।