ପୁରୀରେ ପୁଣି ଗଡିଲା ମୁଣ୍ଡ

ପୁରୀରେ ପୁଣି ଗଡିଲା ମୁଣ୍ଡ

ପୁରୀ ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ସହର ଅସାନ୍ତ ହେବାରେ ଲାଗିଛି । ଗତକାଲି ରାତିରେ ପୁରୀରେ ଏକ ହତ୍ୟାକାଣ୍ଡ ଘଟିଛି । ଯାହାକୁ ନେଇ ପୁରୀରେ ବିଭିନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ମିଳିଥିବା ସୂଚନା ଅନୁଯାୟୀ ଟାଉନଥାନା ଅନ୍ତର୍ଗତ ହାଡଗୋଡିଆ ସାହିରେ କିଛି  ‌ଯୁବକଙ୍କ ସଙ୍ଗବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୂତ୍ୟବରଣ କରିଥିବା ଯୁବକ ହେଉଛନ୍ତି ଦିନେଶ କୁମାର ଖୁଣ୍ଟିଆ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଦିନେଶଙ୍କ ସମ୍ପକୀୟଙ୍କ କହିବା ଅନୁଯାୟୀ ଦିନେଶ ଘରେ ଥିଲେ,, ତେବେ ୫ ଜଣ ଯୁବକ ତାଙ୍କୁ ବାହାରକୁ ଡାକିଥିଲେ । ଦିନେଶ ବାହାରକୁ ଯିବାପରେ ସମ୍ପୃକ୍ତ ଯୁବକ ମାନେ ତାଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଦିନେଶର ବାମପଟ ବେକରେ ଗଭୀର ଆଘାତ ଲାଗିଥିଲା । ଦିନେଶ ସେଠାରେ ଆହତ ହୋଇ ପଡିଥ‌ିବା ବେଳେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଗୁରୁତର ଅବସ୍ଥାରେ ଦିନେଶକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଦିନେଶକୁ ମୃତ ଘୋଷଣା କରିଥିଲେ। ଟାଉନଥାନା ପୋଲସ ଖବର ପାଇ ଘଟଣା ସ୍ଥଳରେ ପହ ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।