କାର୍ ଉପରେ ଓଲଟି ପଡ଼ିଥିଲା ଟ୍ରଲର୍

କାର୍ ଉପରେ ଓଲଟି ପଡ଼ିଥିଲା ଟ୍ରଲର୍

୧୬ନଂ ଜାତୀୟ ରାଜପଥର ବାଲିକୁଦା ଛକରେ ଗତ କାଲି ରାତିରେ ଏକ କାର୍ ଉପରେ ଟ୍ରଲର୍ ଓଲଟିପଡ଼ିଥିଲା। ସୌଭାଗ୍ୟକୁ ଉଭୟ କାର୍ ଓ ଟ୍ରଲର୍ ଚାଳକ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ବର ପାର୍ଶ୍ଵରୁ ଏକ ମାଲ୍ ବୋଝେଇ ଟ୍ରଲର୍ ଦ୍ରୁତ ଗତିରେ କଟକ ପାର୍ଶ୍ଵକୁ ଯାଉଥିଲା ବାଲିକୁଦା ଟ୍ରାଫିକ୍ ନିକଟରେ ଏକ ବୋଲେରୋକୁ ପ୍ରଥମେ ଧକ୍କା ଦେଇ ଟ୍ରଲରଟି ରାସ୍ତା ଆରପଟକୁ କଟକ ପାର୍ଶ୍ଵରୁ ଭୁବନେଶ୍ବର ଯାଉଥିବା ଅନ୍ୟ ଏକ କାର ଉପରେ ଓଲିଟିପଡ଼ିଥିଲା। ସ୍ଥାନୀୟ ଲୋକମାନେ କାର ପଛକାଚ ଭାଙ୍ଗି ଚାଳକକୁ ଉଦ୍ଧାର କରିଥିଲେ | ଖବର ପାଇ ସଦର ଥାନା ପୁଲିସ୍ ଓ ରାଜପଥ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ କାର୍‌କୁ କାଢ଼ିବା ସମୟରେ କାର୍‌ରେ ନିଆଁ ଲାଗିଯାଇଥିଲା | କାର୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ତିନିଟିକୁ ପୁଲିସ୍ ଜବତ କରି ତଦନ୍ତ ଚଳାଇଛି | ଦୁର୍ଘଟଣା ପାଇଁ ରାଜପଥରେ ଦୀର୍ଘ ସମୟ ଗାଡ଼ି ଅଟକି ରହିଥିଲା | କାର ର ନମ୍ବର୍ OD11AA3110 ଥିବା ବେଳେ , କଣ୍ଟେନର ର ନମ୍ବର୍ RJ02GB2065 ରହିଛି