ଦ୍ବୈତନଗରୀ ଗଣେଶ ପୂଜା କମିଟି ବୈଠକ

ଦ୍ବୈତନଗରୀ ଗଣେଶ ପୂଜା କମିଟି ବୈଠକ

-କଟକ-ଭୁବନେଶ୍ଵର ଦ୍ବୈତନଗରୀ ଗଣେଶ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଚୌଧୁରୀ ବଜାରସ୍ଥିତ ଟାଉନ୍ ହଲ୍‌ଠାରେ ଅପରାହ୍ଣ ରେ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ସରୋଜ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି କମିଟିର ଉପଦେଷ୍ଟା ତଥା ଭାରତ ମସଲା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ନଥମଲ ଚମାନି, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ଡକ୍ଟର ଯୋଗଶଙ୍କର ମହାପ୍ରଶସ୍ତ, ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡୁ, ଅର୍ଥ କମିଟି ଅଧ୍ୟକ୍ଷ ଆଇନଜୀବୀ ବିଦ୍ୟାଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସରୋଜ ଛୋଟରାୟ, ସେଖ୍ କମ୍ମୁରିଦ୍ଦିନ୍, ସାଧାରଣ ସମ୍ପାଦକ ପ୍ରଦୀପ ପ୍ରଧାନ, ନିମାଇ ଚରଣ ଦାସ, ଗୋଲକ ବିହାରୀ ଦାସ, କୋଷାଧ୍ୟକ୍ଷ ଅଜୟ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରବୀଣ ବରାଳ ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିବା ବେଳେ ଅଜୟ ମୁଦୁଲି ସ୍ବାଗତ ଭାଷଣ ଦେଇଥିଲେ । ସମ୍ପାଦକ ଅଜୟ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ,ପୂଜା କମିଟି ପକ୍ଷରୁ କଟକ ଓ ଭୁବନେଶ୍ବରରେ ଥିବା ଗଣେଶ କ୍ଲବ୍ ସମ୍ପର୍କରେ ୧୧ଦଫା କାର୍ଯ୍ୟକ୍ରମକୁ ସରକାର, ଜିଲ୍ଲା ଓ ପୁଲିସ୍ ପ୍ରଶାସନ ନିକଟରେ ରଖିବା ବିଷୟରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ପ୍ରସ୍ତାବ ରଖିଥିଲେ। ଉପଦେଷ୍ଟା କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା ସଭାରେ ଚଳିତ ବର୍ଷର ବ୍ୟୟ ଅଟକଳ ବିବରଣୀ ପାଠ କରିଥିଲେ | ବୈଠକରେ ଡକ୍ଟର ଦ୍ବୀପାୟନ ପଟ୍ଟନାୟକ, ଆଇନଜୀବୀ ଦିଲ୍ଲୀପ ରାୟ, ପ୍ରଦୀପ ପ୍ରଧାନ, ସନ୍ତୋଷ ପତି, କୃଷ୍ଣଚନ୍ଦ୍ର ପରିଡ଼ା, ହରିଶଙ୍କର ନାୟକ, ସଂଯୋଜ ସାମନ୍ତରାୟ, ଶତ୍ରୁଘ୍ନ ବେହେରା, ପ୍ରକାଶ ମାଝୀ, ଦୁଷ୍ମନ୍ତ ଦତ୍ତ, ରାକେଶ ରାଉତ, ରାଜେଶ ରାଉତ, ଅଶୋକ ପରିଡ଼ା ପ୍ରମୁଖ ମତ ରଖିଥିଲେ। ପରିଚାଳନାରେ ନିମାଇ ଚରଣ ଦାସ, ଲିଙ୍ଗରାଜ ହାତୀ, ଉମାଶଙ୍କର ଛୋଟରାୟ, ସୌମେନ୍ଦ୍ର ଦାସ, ବିଭୁପ୍ରସନ୍ନ ମହାପାତ୍ର, ପପୁ ମହାପାତ୍ର, ଜାକିର ହୁସେନ୍, ହିମାଂଶୁ_ ସାହୁ, ସର୍ବେଶ୍ବର ମୂଳିଆ, ସୁଶାନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ |