ଅର୍ଚ୍ଚନା ନାଗ ମାମଲା : ଜଗବନ୍ଧୁ ଚାନ୍ଦଙ୍କୁ ପୁଣି ୩ ଦିନ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ଅର୍ଚ୍ଚନା ନାଗ ମାମଲା : ଜଗବନ୍ଧୁ ଚାନ୍ଦଙ୍କୁ ପୁଣି ୩ ଦିନ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପୁଣି ୩ ଦିନ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଇଡି ପକ୍ଷରୁ ୫ ଦିନ ରିମାଣ୍ଡ ପାଇଁ ଶୁକ୍ରବାର ଅଦାଲତରେ ଆବେଦନ କରାଯାଇଥିଲା । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କ ନାଁରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।
ପୂର୍ବରୁ ଇଡି ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ।
ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା କରାଇଥିଲା । ଜେରାରୁ ହନିଟ୍ରାପ୍ ଓ ବ୍ଲାକ୍ମେଲିଂ ନେଇ କିଛି ତଥ୍ୟ ମିଳିଥିଲା । ଜଗବନ୍ଧୁଙ୍କ ମୋବାଇଲ୍ ସହ ସତ୍ୟବିହାରସ୍ଥିତ ସିସିଟିଭି ଫୁଟେଜ ଭଳି ଡିଜିଟାଲ୍ ପ୍ରମାଣକୁ ନେଇ ଇଡି ଅଧିକ ତଦନ୍ତ କରିବାକୁ ଯୋଜନା କରିଛି । ଯେଉଁଥିପାଇଁ ପୁଣି ୫ଦିନିଆ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରିଥିଲା । କିନ୍ତୁ ଜଗବନ୍ଧୁଙ୍କ ଓକିଲ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ରିମାଣ୍ଡ ନ ଦେବାକୁ ବିଚାରପତିଙ୍କୁ ଆବେଦନ କରିଥିଲେ । ତେବେ ସାଇଣ୍ଟିଫିକ୍ ରିପୋର୍ଟ ଆସି ନଥିବାରୁ ରିମାଣ୍ଡ ମଞ୍ଜୁର କରିବାକୁ ଇଡି ପକ୍ଷରୁ କୁହାଯାଇଥିଲା । ଶେଷରେ ଜଗବନ୍ଧୁଙ୍କୁ ୩ ଦିନ ରିମାଣ୍ଡ ନେବା ପାଇଁ ଅଦାଲତ ଅନୁମତି ଦେଇଛନ୍ତି ।
ସୂଚନା ଥାଉ କି, ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଫାଶ ମାମଲାରେ ପ୍ରଥମେ ଇଡି ଅର୍ଚ୍ଚନା ଓ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା ।