ଆଜି ବିଶ୍ୱ କିଡ୍‌ନି ଦିବସ

ଆଜି ବିଶ୍ୱ କିଡ୍‌ନି ଦିବସ

ଆଜି ବିଶ୍ୱ କିଡ୍‌ନି ଦିବସ
ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ମାର୍ଚ୍ଚମାସ ଦ୍ବିତୀୟ ଗୁରୁବାର ଅର୍ଥାତ ୧୨ ତାରିଖ ବିଶ୍ବ କିଡ୍ନି ଦିବସ ପାଳନ କରାଯାଉଛି। ଏହି ବର୍ଷ ମନ୍ତ୍ର ହେଉଛି ‘କିଡ୍ନିର ସ୍ବାସ୍ଥ୍ୟ ସମସ୍ତଙ୍କ ପାଇଁ ଏବଂ ସବୁ ସ୍ଥାନରେ’ ଅର୍ଥାତ୍ କିଡ୍ନିର ଯତ୍ନ କେମିତି ନିଆଯାଏ ଏବଂ ଏହି ରୋଗର କାରଣ, ଲକ୍ଷଣ ଓ ପ୍ରତିଷେଧକ ବିଷୟରେ ସମସ୍ତେ ଅବଗତ ହେବା ଦରକାର। ସାଧାରଣ ପରୀକ୍ଷା ମାଧ୍ୟମରେ କିଡ୍ନି ରୋଗକୁ ଯେଭଳି ଭାବରେ ଜାଣିହେବ, ତାହା ଛୋଟ ଛୋଟ ଡାକ୍ତରଖାନାରେ ମଧ୍ୟ ଉପଲବ୍ଧ ହେବା ଦରକାର। ଯାହାଦ୍ବାରା ପ୍ରାଥମିକ ପର୍ଯ୍ୟାୟରୁ ଏହି ରୋଗ ନିରୂପଣ କରିହେବ। ସାରା ବିଶ୍ବରେ ଏବେ ୮୫ କୋଟି ଲୋକ କିଡ୍ନି ରୋଗରେ ଆକ୍ରାନ୍ତ। ଆମ ଭାରତ ବର୍ଷରେ ପ୍ରତି ୧୦ ଲକ୍ଷ ଲୋକସଂଖ୍ୟାରେ ୮୦୦ ଜଣ କିଡ୍ନି ରୋଗରେ ପୀଡ଼ିତ। ସେଥିମଧ୍ୟରୁ କେବଳ ୧୫୦ରୁ ୨୩୦ଜଣ ଡାଏଲିସିସ କିମ୍ବା କିଡ୍ନି ପ୍ରତିରୋପଣ ଦରକାର କରୁଛନ୍ତି। ପ୍ରତିବର୍ଷ ୧ ଲକ୍ଷ ନୂଆ ‘ଏଣ୍ଡ ଷ୍ଟେଟ୍ କିଡ୍ନି’ ରୋଗରେ ପୀଡ଼ିତ ରୋଗୀ ଦେଖାଯାଉଛନ୍ତି; ଯେଉଁମାନଙ୍କର କିଡ୍ନି ସଂପୂର୍ଣ୍ଣ ଖରାପ ହୋଇ ଯାଇଛି। ତେଣୁ ଏତେ ସଂଖ୍ୟକ କିଡ୍ନି ରୋଗରେ ଆକ୍ରାନ୍ତ ହେବା ସାରା ବିଶ୍ବ ପାଇଁ ଏକ ଚିନ୍ତାର ବିଷୟ।