ଆଜି ୩୦୨୫ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଆଜି ୩୦୨୫ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
admin
Sep 1, 2020 - 05:20
Updated: Sep 1, 2020 - 05:20
ଭୁବନେଶ୍ୱର : ଆଜି ରାଜ୍ୟରୁ ୩୦୨୫ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୧୮୪୪ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୧୮୧ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର୫୬୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୫୮, ବାଲେଶ୍ୱରରୁ ୪୦, ବରଗଡରୁ ୬୧, ଭଦ୍ରକରୁ ୯୪, ବଲାଙ୍ଗୀର ୨୪, ବୌଦ୍ଧରୁ ୯, କଟକରୁ ୩୧୨, ଦେବଗଡରୁ ୧, ଢେଙ୍କାନାଳରୁ ୧୩୨, ଗଜପତି ୨୯, ଗଞ୍ଜାମରୁ ୨୦୭, ଜଗତସିଂହପୁରରୁ ୭୮, ଯାଜପୁରରୁ ୮୫, ଝାରସୁଗୁଡାରୁ ୫୯, କଳାହାଣ୍ଡିରୁ ୮୨, କନ୍ଧମାଳ ୨୨, କେନ୍ଦ୍ରାପଡାରୁ ୧୨୮, କେନ୍ଦୁଝରରୁ ୫୦, ଖୋର୍ଦ୍ଧାରୁ ୬୬୬, କୋରାପୁଟରୁ ୧୩୯, ମାଲକାନଗିରିରୁ ୩୨, ମୟୁରଭଞ୍ଜରୁ ୨୧୫, ନବରଙ୍ଗପୁରରୁ ୪୬, ନୟାଗଡରୁ ୬୭, ନୂଆପଡାରୁ ୭୯, ପୁରୀରୁ ୧୩୬, ରାୟଗଡାରୁ ୧୩, ସମ୍ବଲପୁରରୁ ୮୩, ସୋନପୁରରୁ ୨୨ ଏବଂ ସୁନ୍ଦରଗଡରୁ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୫୬୧ ହୋଇଥିବା ବେଳେ ଏହା ମଧ୍ୟରୁ ୭୭୨୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୧୯ରହିଛି ।