ଆଜିଠୁ ମାଟ୍ରିକ ସପ୍ଲିମେଂଟାରୀ

ଆଜିଠୁ ମାଟ୍ରିକ ସପ୍ଲିମେଂଟାରୀ

ଆଜିଠୁ ମାଟ୍ରିକ ସପ୍ଲିମେଂଟାରୀ
ଭୁବନେଶ୍ୱର:ଆଜିଠୁ ରାଜ୍ୟରେ ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ ହେଉଛି । ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ପାଇଁ ଚଳିତ ବର୍ଷ ୨୭ ହଜାର ୬୧୬ ଜଣ ଫର୍ମ ପୂରଣ କରିଛନ୍ତି । ସପ୍ଲିମେଂଟାରୀ ପରୀକ୍ଷା ପାଇଁ ମୋଟ ୧୨୨ ଟି କେନ୍ଦ୍ର କରାଯାଇଛି । ତେବେ କାହାର କେଉଁ କେନ୍ଦ୍ରରେ ପରୀକ୍ଷା ହେବ ସେ ସଂପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍ www.bseodisha.ac.in ନିଜର ରୋଲ ନମ୍ବର ଲଗ ଇନ୍ କରି ଦେଖିପାରିବେ । ଆସନ୍ତା ୧୪ ତାରିଖରେ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ୧୬ ତାରିଖରେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଶେଷ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ତେବେ କପି ରୋକିବା ଓ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।