ଆର୍ଥିକ ସଙ୍କଟ ନେବ ଲକ୍ଷ ଲକ୍ଷ ଜୀବନ

ଆର୍ଥିକ ସଙ୍କଟ ନେବ ଲକ୍ଷ ଲକ୍ଷ ଜୀବନ

ଆର୍ଥିକ ସଙ୍କଟ ନେବ ଲକ୍ଷ ଲକ୍ଷ ଜୀବନ
ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପ ଧୀମା ହେବା ପୂର୍ବରୁ ଲକ୍ଷ ଲକ୍ଷ ଲୋକଙ୍କ ମୃତୁ୍ୟ ଘଟି ସାରିଥିବ । ଏହି ମୃତୁ୍ୟ କେବଳ କରୋନା ନୁହେଁ ବରଂ କେତେକ କାରଣ ଯୋଗୁଁ ହେବ । ନିମ୍ନମାନର ସ୍ୱାସ୍ଥ୍ୟ ସେବା ଏବଂ ଅର୍ଥବ୍ୟବସ୍ଥା ଗୁଡ଼ିକ ଉପରେ ଅତ୍ୟଧିକ ବୋଝ ଯୋଗୁଁ ଅନେକ ବିଶ୍ୱବାସୀଙ୍କ ମୃତୁ୍ୟ ଘଟିବ । ଆର୍ଥିକ ଅନାଟନ ମଧ୍ୟରେ ଅନେକ ଜୀବନ ହାରିବେ । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଟାତା ବିଲ ଗେଟସ । ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ବିଲ ଗେଟସ କହିଛନ୍ତି ଯେ ଦୁଃଖର ବିଷୟ ହେଉଛି ଗରିବ ରାଷ୍ଟ୍ରଗୁଡ଼ିକରେ କରୋନା ଯୋଗୁଁ ହୋଇଥିବା କ୍ଷତିର ସଠିକ ଅନୁମାନ ଲଗାଇବା ବି କଷ୍ଟକର ହୋଇଛି । ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତାଙ୍କ ଅନୁମାନ ଅନୁସାରେ, ପ୍ରଭାବଶାଳୀ ଟିକାର ଅଧିକ ଉପôାଦନ ୨୦୨୧ ଶେଷ ବେଳକୁ ହିଁ ସମ୍ଭବ ପର ହୋଇପାରିବ । ଉକ୍ତ ସମୟ ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିପାରେ । ବିଲ ଗେଟସ କହିଛନ୍ତି ଯେ ୯୦% ରୁ ଊଦ୍ଧ୍ୱର୍ ମୃତୁ୍ୟ କରୋନ ନୁହେଁ ବରଂ ଅନ୍ୟ ରୋଗ ଦ୍ୱାରା ହେବ । ଲକଡାଉନ ଯୋଗୁ ଅନ୍ୟ ରୋଗ ଗୁଡ଼ିକ ପାଇଁ ଔଷଧ ମିଳିବା କଷ୍ଟକର ହେବ । ମ୍ୟାଲେରିଆ ଏବଂ ଏଚଆଇଭି ରୋଗୀଙ୍କ ମୃତୁ୍ୟ ସଂଖ୍ୟା ବହୁ ମାତ୍ରାରେ ବଢ଼ିବ । ଗେଟସଙ୍କ କହିବାନୁଯାୟୀ, ବିଲ ଗେଟସ ଫାଉଣ୍ଡେସନ ମହାମାରୀ ସମୟରେ ପ୍ରାୟ ୩୫ କୋଟି ଡଲାରରୁ ଊଦ୍ଧ୍ୱର୍ ଆର୍ଥିକ ସହାୟତା ଯୋଗାଇଛି । କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ । କରୋନା ମୁକାବିଲା ପାଇଁ ବହୁ ମାତ୍ରାରେ ପାଣ୍ଠିର ଆବଶ୍ୟକତା ରହିଛି । ଆର୍ଥିକ କ୍ଷତିକୁ ରୋକିବା ପାଇଁ କୋଭିଡ-୧୯ ଟିକା ବନାଇବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିପାଇଁ ସବୁ ରାଷ୍ଟ୍ର ଏବଂ ସଂସ୍ଥା ଗୁଡ଼ିକର ସହଯୋଗର ହାତ ବଢ଼ାଇବା ଦରକାର ବୋଲି ଗେଟସ କହିଛନ୍ତି ।