ଆଶୀର୍ବାଦ ବେହେରା ଗିରଫ
ଆଶୀର୍ବାଦ ବେହେରା ଗିରଫ
admin
Sep 19, 2019 - 04:19
Updated: Sep 19, 2019 - 04:19
କଟକ: ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଛି । ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ସୂଚନା ମିଳିଛି । ଆଜି ଭୋରରୁ ଆଶୀର୍ବାଦଙ୍କ ଘରେ ସିବିଆଇ ରେଡ୍ କରିଥିଲା । ସିବିଆଇ ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା । ଓଡିଶା କି୍ରକେଟ୍ ଆସୋସିଏସନ୍ର ପୂର୍ବତନ ସଂପାଦକ ଥିଲେ ଆଶୀର୍ବାଦ ବେହେରା । ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ।
ନିକଟରେ ସିବିଆଇ ଉଭୟ ଆଶୀର୍ବାଦ ଓ କମଳାକାନ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ମିଳିଥିବା ସୂଚନାନୁଯାୟୀ, ୨୦୧୧ରେ ଓସିଏ ଅର୍ଥତତ୍ୱ ଠାରୁ ବିଜ୍ଞାପନ ବାବଦରେ ୧ କୋଟି ଟଙ୍କା ନେଇଥିଲା । ଉକ୍ତ ଟଙ୍କା ଓଡ଼ିଶା କି୍ରକେଟ ଟିମର ଅଷ୍ଟ୍ରେଲିଆ ଗସ୍ତ ଓ ତକôାଳୀନ କୋଚ ମାଇକେଲ ବେଭାନଙ୍କ ପାଇଁ ଖର୍ଚ୍ଚ ହୋଇଥିଲା । ସେହିପରି ଓପିଏଲରେ ଅନୁଗୁଳ ଟସ୍କର୍ସ, ବାଲେଶ୍ୱର ବାଘାସ, ପୁରୀ ଏମ୍ପାରର୍ସ ଓ ଭୁବନେଶ୍ୱର ଜାଗୁଆରସ ଟିମ ଅଂଶଗ୍ରହଣ କରିଥିବାବେଳେ ଏଥିରେ ଅର୍ଥତତ୍ୱର ଟଙ୍କା ଲାଗିଥିଲା । ଏତଦବ୍ୟତୀତ ଓପିଏଲର ମଧ୍ୟ ଏଟି ପ୍ରାୟୋଜକ ରହିଥିଲା ।
ଅପରପକ୍ଷରେ ଏନେଇ ଆଶୀର୍ବାଦ କହିଛନ୍ତିଯେ, ତାଙ୍କ ଗିରଫଦାରୀ ପଛରେ ରହସ୍ୟ ରହିଛି । ତାଙ୍କୁ ୧୨ ବର୍ଷ ପରେ କାହିଁକି ଗିରଫ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କ ପୁଅ ସଂଜୟ ବେହେରା ବାପାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ।