ଆସନ୍ତା ଜୁଲାଇରେ ବିଧାନସଭା ମୌସୁମୀ ଅଧିବେଶନ
ଆସନ୍ତା ଜୁଲାଇରେ ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ମାସରେ ସଂସଦର ମୌସୁମୀ ଅଧିବେଶନ ବସୁଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଜୁଲାଇରେ କରିବା ପାଇଁ ଯୋଜନା ଚାଲିଛି । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ତେବେ ପରିସ୍ଥିତି ଉପରେ ନଜର ରଖି ଓ କୋଭିଡ ଗାଇଡଲାଇନକୁ ପାଳନ କରି ଅଧିବେଶନ ଡକାଯିବ ବୋଲି ବାଚସ୍ପତି କହିଛନ୍ତି । ସଂସଦ ଓ ବିଧାନସଭା କାର୍ଯ୍ୟକାଳର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭା ବାଚସ୍ପତି ଓମ ବିର୍ଲା ଏକ ଭର୍ଚୁଆଲ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦର ଅଧ୍ୟକ୍ଷମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ବାଚସ୍ପତି କହିଥିଲେ ଯେ ସଂସଦୀୟ ଗଣତନ୍ତ୍ରର ମହାନ ପରମ୍ପରା ବିଷୟ ଅବତାରଣା କରି ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ପ୍ରକାଶ କରିଥିଲେ ।