ଆସନ୍ତାକାଲି ବିଏମସି ସମ୍ମୁଖରେ ବସ୍ତିବାସିନ୍ଦାଙ୍କ ବିଶାଳ ଗଣ ସମାବେଶ

ଆସନ୍ତାକାଲି ବିଏମସି ସମ୍ମୁଖରେ ବସ୍ତିବାସିନ୍ଦାଙ୍କ ବିଶାଳ ଗଣ ସମାବେଶ

ଆସନ୍ତାକାଲି ବିଏମସି ସମ୍ମୁଖରେ ବସ୍ତିବାସିନ୍ଦାଙ୍କ ବିଶାଳ ଗଣ ସମାବେଶ
ଭୁବନେଶ୍ୱର: ବସ୍ତି ଥଇଥାନ ପାଇଁ ଉଦ୍ଧୀଷ୍ଟ କୋଠାଘର ଆବଂଟନରେ ବ୍ୟାପକ ଦୁର୍ନୀତି ହୋଇଛି । ଅନେକ ପ୍ରକୃତ ଗରୀବ ବସ୍ତିବାସିନ୍ଦାଙ୍କୁ ବାଦ୍ ଦେଇ ବସ୍ତିରେ ଆଦୌ କେବେ ରହି ନଥିବା , ସରକାରୀ ଚାକିରୀ କରି କ୍ୱାଟର ଓ ପର୍ଯ୍ୟାପ୍ତ ଘରଭଡା ପାଉଥିବା, ଭୁବନେଶ୍ୱରରେ ନିଜସ୍ୱ ଦାମୀ ଆପାର୍ଟମେଂଟ ଓ କୋଠାଘର ଥିବା ପରିବାରଙ୍କ ନାମରେ ଏହି ଘର ଆଲଟମେଂଟ ହୋଇଛି । ଅସାଧୁମେଂଟ ଜରିଆରେ ଲକ୍ଷ ଲକ୍ଷ ଟଙ୍କାରରେ ଏହି ଘର ଗୁଡିକୁ ବିକ୍ରି ହେଉଛି । ଅନେକ ପ୍ରକୃତ ବସ୍ତିବାସିନ୍ଦା ପରିବାରଙ୍କୁ ଏହି ଥଇଥାନରୁ ବଂଚିତ କରି ସେମାନଙ୍କ ଘରକୁ ବଳ ପୂର୍ବକ ଅବା ଷଡଯନ୍ତ୍ର କର ଭାଙ୍ଗ ଦିଆଯାଉଛି । ବସ୍ତିବାସିନ୍ଦାଙ୍କୁ ସହରର ଜୀବନ ରେଖା ବୋଲି ଆମ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରି ରାଜ୍ୟ ସରକାର ନିଜେ ବିଧାନସଭାରେ ବିଲ ଆଣି ରାଜ୍ୟପାଳଙ୍କ ସ୍ୱୀକୃତି ପରେ ଆଇନରେ ପରିଣତ କରିଛନ୍ତି । ବସ୍ତି ମୁକ୍ତ ସହର ଘୋଷଣା କରୁଛନ୍ତି କିନ୍ତୁ ବସ୍ତି ଭାଙ୍ଗି ନୂଆ ନୂଆ ବସ୍ତି ଗଢୁଛନ୍ତି । ଏହି ଦୁର୍ନୀତି ବିରୁଦ୍ଧରେ ଓ ବସ୍ତିବାସିନ୍ଦାଙ୍କ ଆଇନଗତ ଅଧିକାର ପାଇଁ ସଂଗ୍ରାମ କରୁଥିବା ବସ୍ତି ନେତାଙ୍କ ଉପରେ ଅସାଧୁମେଂଟ ପକ୍ଷରୁ ଆକ୍ରମଣ କରିବା ସହିତ କମିଶନରରେଟ ପୋଲିସ ମିଛ ମୋକଦ୍ଧମାରେ ଗିରଫ କରି ୩ ଜଣ ଆନେ୍ଦାଳନକାରୀ ବସ୍ତିନେତାଙ୍କୁ ଜେଲ୍ ପଠାଇଛି । ଏହି ପରିପ୍ରେକ୍ଷୀରେ କୋଠାଘର ଆବଂଟନରେ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ, ସ୍ପଷ୍ଟ ବସ୍ତି ଥଇଥାନ ଓ ଗୃହ ଆବଂଟନ ନୀତି ସମେତ ବସ୍ତିବାସିନ୍ଦାଙ୍କ ୧୦ ଦଫା ଦାବିରେ ବସ୍ତି ସୁରକ୍ଷା ମଂଚ ଡାକରାରେ ୧୮ ଫେବ୍ରୁଆରୀ ଗୁରୁବାର ଦିନ ପୂର୍ବାହ୍ନ ୧୦ଟାରୁ ୩ଟା ଯାଏଁ ବିଶାଳ ସମାବେଶ ଆୟୋଜନ କରାଯିବ ।