ଆସିଲା ଏକ୍ସିଟ ପୋଲ ରିପୋର୍ଟ : ଜାଣନ୍ତୁ କାହା ସପକ୍ଷରେ ଜନାଦେଶ
ଆସିଲା ଏକ୍ସିଟ ପୋଲ ରିପୋର୍ଟ : ଜାଣନ୍ତୁ କାହା ସପକ୍ଷରେ ଜନାଦେଶ
admin
Nov 7, 2020 - 14:14
Updated: Nov 7, 2020 - 14:14
ପାଟନା : ଆଜି ସରିଲା ବିହାର ନିର୍ବାଚନ । ତୃତୀୟ ପର୍ଯ୍ୟାୟରେ ୧୫ ଜିଲ୍ଲାର ୭୮ ଆସନରେ ହୋଇଛି ମତଦାନ । ଏହି ମତଦାନ ପରେ ପରେ ଜିତିବା ଆଶାକୁ ନେଇ ପ୍ରତ୍ୟେକ ଦଳର ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ସମୟରେ ପ୍ରକାଶ ପାଇଛି ଏକ୍ସିଟ ପୋଲ ରିପୋର୍ଟ । ଏକ୍ସିଟ ପୋଲରେ ମହାମେଣ୍ଟକୁ ସର୍ବାଧିକ ଆସନ ମିଳିଥିବା ବେଳେ ଝୁଲା ବିଧାନସଭାର ଆକଳନ କରାଯାଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ସିଟ ପୋଲରେ ମହାମେଣ୍ଟକୁ ପ୍ରାୟ ୧୨୦ ଆସନ ମିଳିବା ନେଇ ଆକଳନ କରାଯାଇଛି । ଅନ୍ୟ ପକ୍ଷରେ ଏନଡିଏ ମେଣ୍ଟକୁ ୧୧୬ ଆସନ ମିଳିବାର ଆକଳନ କରାଯାଇଛି । ସେହିପରି ଏକାକୀ ଲଢୁଥିବା ଚିରାଗ ପାଶ୍ୱାନଙ୍କ ଏଲଜେପିକୁ ୩-୭ ଆସନ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳକୁ ୭-୧୦ ଆସନ ମିଳିବାର ପୂର୍ବାନୂମାନ ଲଗାଯାଇଛି ।
ସେହିପରି ମହାମେଣ୍ଟର ସହଯୋଗୀ ଅର୍ଥାତ ୭୦ ଆସନରେ ଲଢେ଼ଇ କରିଥିବା କଂଗ୍ରେସ ପ୍ରତ୍ରିକ୍ରିୟା ରଖିଛି ଯେ ନିର୍ବାଚନ ଫଳ ସମସ୍ତଙ୍କୁ ଚକିତ ପରିଦେଇପାରେ । ତୃତୀୟ ନିର୍ବାଚନ ରଣନୀତିରେ ଜେଡିୟୁର ୩୭, ଭାଜପାର ୩୫, ଆରଜେଡଇର ୪୬, କଂଗ୍ରେସର ୨୫ ଭାଗ୍ୟ ପରୀକ୍ଷା କରିଛନ୍ତି । ସନ୍ଧ୍ୟା ପାଞ୍ଚଟା ସୁଦ୍ଧା ୫୪.୦୬ ପ୍ରତିଶତ ମତଦାନ ହୋଇଥିଲା । ଏହି ଅବସରରେ ପଶ୍ଛିମ ଚମ୍ପାରଣରେ ୫୨.୦୮ ପ୍ରତିଶତ, ପୂର୍ବ ଚମ୍ପାରଣରେ ୫୫.୩୧ ପ୍ରତିଶତ, ସୀତାମଢ଼ୀରେ ୫୨.୨୭ ପ୍ରତିଶତ, ମଧୁବନୀରେ ୫୪.୮୪ ପ୍ରତିଶତ, ସୁପୋଲରେ ୫୭.୯୦ ପ୍ରତିଶତ ଏବଂ ଅରରିୟାରେ ୫୦.୪୩ ପ୍ରତିଶତ ମତଦାନ ହୋଇଛି । କିଶନଗଞ୍ଜରେ ୬୦ ପ୍ରତିଶତ, ପୂର୍ଣ୍ଣିୟାରେ ୫୫.୫୦ ପ୍ରତିଶତ, କଟିହାରରେ ୫୫.୨୨ ପ୍ରତିଶତ, ମଧେପୁରାରେ ୫୪.୦୩ ପ୍ରତିଶତ ମତଦାତା ମତ ଦେଇଛନ୍ତି । ୭୮ଟି ଆସନ ଲାଗି ୧,୨୦୪ ନେତାଙ୍କ ଭାଗ୍ୟନିର୍ଦ୍ଧାରଣ କରିବେ ୨.୩୫ କୋଟି ମତଦାତା