ଫାରୁକଙ୍କ ଗିରଫଦାରିକୁ ନେଇ ବୟାନବାଜି

ଫାରୁକଙ୍କ ଗିରଫଦାରିକୁ ନେଇ ବୟାନବାଜି

ଫାରୁକଙ୍କ ଗିରଫଦାରିକୁ ନେଇ ବୟାନବାଜି
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ୨୦୧୯ ଆଗତ କରିବା ସମୟରେ ଫାରୁକ୍ ଅବଦୁଲ୍ଲା ଅନୁପସ୍ଥିତ ଥିବାରୁ କିଛି ବିରୋଧୀ ସଦସ୍ୟ ଗୃହରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ଏବଂ ଫାରୁକ୍ କେଉଁଠି ଅଛନ୍ତି ଜାଣିବାକୁ ଚାହିଁଥିଲେ । ତାଙ୍କୁ ଗିରଫ କରାଯାଇଛି ନା କେଉଁଠି ଅଟକ ରଖାଯାଇଛି ସେ ବିଷୟରେ ସେମାନେ ପଚାରିଥିଲେ । ଏହାର ଉତ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଫାରୁକ ଅବଦୁଲ୍ଲା ଗିରଫ ହୋଇନାହାନ୍ତି କି ସେ ଅଟକ ମଧ୍ୟ ନାହାନ୍ତି । ଫାରୁକ ନିଜ ଇଚ୍ଛା ମୁତାବକ ନିଜ ଗୃହରେ ଅଛନ୍ତି ବୋଲି ଶାହ କହିଥିଲେ । ଅନ୍୍ୟ ପକ୍ଷେ ଶାହଙ୍କ ଏଭଳି ଉତ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଫାରୁକ ଅବଦୁଲ୍ଲା କହିଛନ୍ତି, ଶାହ ସଂସଦରେ ଏଭଳି ମିଛ କହିବା ତାଙ୍କୁ ଖୁବ୍ ଦୁଃଖ ଦେଇଛି । ତାଙ୍କୁ ତାଙ୍କ ଗୃହରେ କବାଟ ଭାଙ୍ଗି ଗଣମାଧ୍ୟମ ସାମ୍ନାକୁ ଆସିଥିବା କହିଛନ୍ତି । କେନ୍ଦ୍ର ସରକାର ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ଫାରୁକ୍ ଅଭିଯୋଗ କରିଛନ୍ତି । ତେବେ ଫାରୁକ୍ଙ୍କ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରି ଶାହ ପୁଣିଥରେ ଲୋକସଭାରେ କହିଛନ୍ତି, ଫାରୁକଙ୍କୁ ଗିରଫ କରାଯାଇନି କି ଅଠକ ମଧ୍ୟ ରଖାଯାଇନି । ଆଜି ଏନସିପିର ସୁପ୍ରିୟା ସୁଲେ ଏବଂ ଡିଏମ୍କେର ଦୟାନିଧି ମାରନ୍ ଏନସି ନେତାଙ୍କ ଅନୁପସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଆଲୋଚନାରେ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଭାଗ ନେଇଥିବା ବେଳେ ଫାରୁକଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କୁ ପ୍ରଥମେ ଗୃହବନ୍ଦୀ ରଖାଯାଇଥିବା ବେଳେ ପରେ ସେମାନଙ୍କୁ ଗିରଫ କରାଯାଇଥିଲା ।