ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ଘଟିଛି । ଏହି ଭୂମିକମ୍ପରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ଥିଲା । ମାଜେନା ସହର ଠାରୁ ୧୦ କିମି ଦୂରରେ ଉପôତି ସ୍ଥଳ ରହିଛି । ଭୂମିକମ୍ପରେ ଶତାଧିକ ଘର ଭୁଶୁଡି ପଡିଛି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେବା ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ର ସ୍ଥଳ ଉତ୍ତର ପୂର୍ବ ମାଜେନେ ସହର ଠାରୁ ୬ କମି ଦୂର। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିବା ଜଣାପଡ଼ିଛି। ପ୍ରାଥମିକ ରିପୋର୍ଟରେ ସରକାର କହିଛନ୍ତି ଭୂକମ୍ପରେ ମାଜେନେ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩୭ ଜଣ ଆହତ ହୋଇଛନ୍ତି। ସେହିପରି ପଡ଼ୋଶୀ ମାମୁଜୁରେ ମଧ୍ୟ ଭୂକମ୍ପରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି।