ଇନଷ୍ଟାଗ୍ରାମରେ ସର୍ବୋଚ୍ଚ ଆୟ, ଶୀର୍ଷ-୧୦ରେ କୋହଲି ଏକମାତ୍ର କ୍ରିକେଟର

ଇନଷ୍ଟାଗ୍ରାମରେ ସର୍ବୋଚ୍ଚ ଆୟ, ଶୀର୍ଷ-୧୦ରେ କୋହଲି ଏକମାତ୍ର କ୍ରିକେଟର

ଇନଷ୍ଟାଗ୍ରାମରେ ସର୍ବୋଚ୍ଚ ଆୟ, ଶୀର୍ଷ-୧୦ରେ କୋହଲି ଏକମାତ୍ର କ୍ରିକେଟର
ଲଣ୍ଡନ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସାମ୍ପ୍ରତିକ କୋଭିଡ-୧୯ ମହାମାରୀ ଲକଡାନ ବେଳେ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସର୍ବାଧିକ ଆୟକାରୀ ଆଥଲେଟ ତାଲିକାରେ ଶୀର୍ଷ-୧୦ରେ ସାମିଲ ହୋଇଛନ୍ତି । ଏ କ୍ଷେତ୍ରରେ ସେ ବିଶ୍ୱର ଏକମାତ୍ର କ୍ରିକେଟର ରହିଥିଲା ବେଳେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲଡଙ୍କ ସହ ଯୋଡ଼ି ହୋଇଛନ୍ତି । କ୍ରିକେଟ ସୁପରଷ୍ଟାର କୋହଲି ଶ୍ରେଷ୍ଠ-୧୦ ତାଲିକାରେ ଷଷ୍ଠ ସ୍ଥାନ ପାଇଛନ୍ତି । ମାର୍ଚ୍ଚ ୧୨ ରୁ ମେ’ ୧୪ ତାରିଖ ମଧ୍ୟରେ ‘ଆଟେନ’ ଦ୍ୱାରା ସଂଗୃହୀତ ରିପୋର୍ଟରୁ ଏକ ଚିତ୍ର ମିଳିଛି । ଏହି ସମୟରେ ବିଶେଷ କରି ସାରା ଦେଶ କରୋନା ଭୂତାଣୁ ଯୋଗୁଁ ଲକଡାଉନ ରହିଥିଲା ବେଳେ ଇନଷ୍ଟାଗ୍ରାମ ପୋଷ୍ଟରେ କ୍ରୀଡ଼ାବିତଙ୍କ ଦବଦବା ଜାରି ରହିଥିଲା । ‘ଆଟେନ’ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତାଲିକା ଅନୁଯାୟୀ କୋହଲି ତାଙ୍କ ପ୍ରୟୋଜନ ପୋଷ୍ଟ ଜରିଆରେ ମୋଟ ୩୭୯,୨୯୪ ପାଉଣ୍ଡ ଆୟ କରିଥିଲେ । ପ୍ରତି ପୋଷ୍ଟ ପାଇଁ ତାଙ୍କ ଆୟ ଥିଲା ୧୨୬,୪୩୧ ପାଉଣ୍ଡ । ଅନ୍ୟ ପକ୍ଷରେ ପର୍ତ୍ତୁଗାଲ ଫୁଟବଲ ତାରକା ରୋନାଲଡୋ ଏହି ତାଲିକାରେ ଶୀର୍ଷରେ ଅଛନ୍ତି । ତାଙ୍କ ମୋଟ ଆୟ ୧.୮ ମିଲିୟନ ପାଉଣ୍ଡ ଥିଲା ବେଳେ ଆର୍ଜେଣ୍ଟିନା ତଥା ଏଫସି ବାର୍ସିଲୋନା ତାରକା ଲିଓନେଲ ମେସି (୧.୨ ମିଲିୟନ ପାଉଣ୍ଡ) ଏବଂ ପିଏସଜି ତାରକା ନେମାର (୧.୧ ମିଲିୟନ ପାଉଣ୍ଡ ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି ।