ଇସ୍ତଫା ଦେଲେ ନିରଞ୍ଜନ

ଇସ୍ତଫା ଦେଲେ ନିରଞ୍ଜନ

ଇସ୍ତଫା ଦେଲେ ନିରଞ୍ଜନ
ଭୁବନେଶ୍ୱର: କଂଗ୍ରେସ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ । ସେ ନିଜର ଇସ୍ତଫା ପତ୍ର ଏଆଇସିସିଙ୍କ ନିକଟକୁ ପଠାଇ ଦେଇଛନ୍ତି । ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ବୋଲି ନିରଞ୍ଜନ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ମୁଁ ଯଥା ସମ୍ଭବ ଉଦ୍ୟମ କରିଥିଲି । ହେଲେ ସାଧାରଣ ନିର୍ବାଚନରେ କଂଗ୍ରେସର ବଡ ଧରଣର ପରାଜୟ ପରେ ମୁଁ ଇସ୍ତଫା ଦେଇଛି । ତେବେ ଦଳର ବିପର‌୍ୟ୍ୟୟ ପାଇଁ ନିଜକୁ ଦାୟୀ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ,୨ଟି ଆସନରୁ ଲଢ଼ିଥିଲେ ମଧ୍ୟ ଉଭୟ ଘଷିପୁରା ଏବଂ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି ନିରଞ୍ଜନ ।