‘ବିଜେଡ଼ି’କୁ ପ୍ରପୋଜ କଲା ‘ଏନଡ଼ିଏ’, ନବୀନଙ୍କ ଉତର ଅପେକ୍ଷାରେ ବିଜେପି

‘ବିଜେଡ଼ି’କୁ ପ୍ରପୋଜ କଲା ‘ଏନଡ଼ିଏ’, ନବୀନଙ୍କ ଉତର ଅପେକ୍ଷାରେ ବିଜେପି

‘ବିଜେଡ଼ି’କୁ ପ୍ରପୋଜ କଲା ‘ଏନଡ଼ିଏ’, ନବୀନଙ୍କ ଉତର ଅପେକ୍ଷାରେ ବିଜେପି
ଭୁବନେଶ୍ୱର : ଫେବୃଆରୀ ୮, କାହାପାଇଁ ସିନା ଏହା ସଟର ଡେ଼ । ହେଲେ ପ୍ରେମୀଙ୍କ ପାଇଁ ଏହା ହେଉଛି ପ୍ରପୋଜ ଡେ଼ । ପ୍ରପୋଜ ଡେ଼’ରେ କିଏ ଲୁଚିଛପି ପ୍ରପୋଜ କରେ, ହେଲେ ଏନଡ଼ିଏ କିନ୍ତୁ ଖୁଲମଖୁଲା ପ୍ରପୋଜ କରିଛି ବିଜେଡ଼ିକୁ । ଯାହା ଏବେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ବିଜେପି ଓ ବିଜେଡ଼ି ମଧ୍ୟରେ ପ୍ରାୟ ଦଶନ୍ଧିଏ ଧରି ମଧୁଚନ୍ଦି୍ରକା ଚାଲିଥିଲା । କିନ୍ତୁ ପ୍ୟାରୀ ମୋହନ ମହାପାତ୍ରଙ୍କ ପାଇଁ ଉଭୟଙ୍କ ମଧ୍ୟରେ ଥିବା ପ୍ରେମରେ ଷଣ୍ଢ ପଶିଯାଇଥିଲା । ସେବେଠାରୁ ବିଜେଡ଼ି ସିନା ବିଜେପିକୁ କରଛଡ଼ା ଦେଉଥିଲା ହେଲେ ବିଜେପି ନେତାଙ୍କ ମନରେ ବିଜେଡ଼ି ପାଇଁ କେତେ ପ୍ରେମ ଭରି ରହିଥିଲା ତାହା ସମସ୍ତେ ଜାଣନ୍ତି । ଲାଲକୃଷ୍ଣ ଆଡ଼ଭାନୀ, ରାଜନାଥ ସିଂହଙ୍କ ଅମଳରେ ବିଜେଡ଼ି ସହ ପୁଣି ବନ୍ଧୁତା ପାଇଁ ଢେ଼ର କସରତ କରାଯାଇଥିଲା । ହେଲେ ନବୀନ ପଟ୍ଟନାୟକ କିନ୍ତୁ ଆଡ଼ ଆଖିରେ ଚାହିଁନଥିଲେ । ଅମିତ ଶାହା ଓ ନରେନ୍ଦ୍ର ମୋଦିଙ୍କ ସମୟରେ ବି ପ୍ରାରମ୍ଭରେ ଏଭଳି ଉଦ୍ୟମ ହୋଇଥିଲା । ତେବେ ମିଳନ ସମ୍ଭବପର ନହେବାରୁ ଦୁଇ ଦଳ ମଧ୍ୟରେ ସଉତୁଣୀ କଳି ଆରମ୍ଭ ହୋଇଯାଇଥିଲା । ଏମିତି ବି ବିଜେଡ଼ି ନେତାଙ୍କ ଛାଇ ପଡ଼ିଲେ ବିଜେପି ନେତାଙ୍କ ନାହି ଡେଉଁଥିଲା । ବିଜେପିର ନେତା ନେତ୍ରୀମାନେ ନବୀନଙ୍କ ପ୍ରତି ଆଉ ବିଜେଡ଼ି ନେତାମାନେ ମୋଦି, ଶାହା ଓ ଧର୍ମେନ୍ଦ୍ରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବାକୁ ବି ପଛାଇ ନଥିଲେ । ନବୀନଙ୍କୁ ଉପାଡ଼ି ଫିଙ୍ଗିବାକୁ ଶାହା ଯେତେ ଆହ୍ୱାନ ଦେଲେବି ଓଡ଼ିଶାବାସୀ ନବୀନଙ୍କ ମୂଳ ମଜବୁତ କରି ରଖିଦେଇଥିଲେ । ନବୀନଙ୍କୁ ହରାଇବା ସମ୍ଭବପର ନୁହେଁ ଜାଣି ପୁଣି ଥରେ ପ୍ରେମ ସମ୍ପର୍କ ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ ଶାହା ଓ ମୋଦି । ସେପଟେ ଦୁଇ ବଳଶାଳୀ ନେତାଙ୍କ ସହ ଯୁଝିବାକୁ ଆଉ ନବୀନ ବାବୁଙ୍କ ସାହସ ନକୁଳାଇବାରୁ ସେ ବି ବିଜେପି ପ୍ରେମରେ ମସଗୁଲ ହୋଇଗଲେ । ତେବେ ସେମାନଙ୍କ ଚୋର ପୀରତି ଏବେ ପଦାରେ ପଡ଼ିଛି । ଶନିବାର ଓଡ଼ିଶା ଆସିଥିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ । ପ୍ରପୋଜ ଡେ଼ରେ ପ୍ରେମିକ ପ୍ରେମିକା ପ୍ରପୋଜ କଲାଭଳି ଅଠୱାଲେ କହିଲେ, ବିଜେଡ଼ି ସମ୍ପୂର୍ଣ୍ଣ ଏନଡ଼ିଏରେ ମିଶିଗଲେ ଦଳ ଅଧିକ ଶକ୍ତିଶାଳୀ ହୋଇଯିବ । ତେବେ ତାଙ୍କ ପ୍ରେମ ନିବେଦନକୁ କିନ୍ତୁ ନବୀନ ଶୁଣିନଥିଲେ । ଅଠୱାଲେ ନବୀନଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ ବି ନବୀନ କିନ୍ତୁ ମନା କରିଦେଇଥିଲେ । ତେବେ ନବୀନଙ୍କ ଏଭଳି ଲୁଚକାଳିର ରହସ୍ୟ କ’ଣ ? ତାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା... ।