ଇସ୍ରାଏଲର ପ୍ରସ୍ତୁତ କଲା କରୋନା ଟୀକା
ଇସ୍ରାଏଲର ପ୍ରସ୍ତୁତ କଲା କରୋନା ଟୀକା
admin
May 6, 2020 - 06:12
Updated: May 6, 2020 - 06:12
ଜେରୁଜେଲମ: ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ସମସ୍ତଙ୍କ ନଜର ଟିକା ଅଥବା ଔଷଧ ଉପରେ ରହିଛି । ଆମେରିକା, ଚୀନ, ଅଷ୍ଟ୍ରେଲିଆ, ବ୍ରିଟେନ ଭଳି ଦେଶ ଖୁବଶୀଘ୍ର ଟିକା ଆଣିବେ ବୋଲି ଘୋଷଣା କରିଛନ୍ତି । ଏଭଳି ସ୍ଥିତିରୁ ଇସ୍ରାଏଲରୁ ଏକ ବଡ଼ ଖବର ଆସିଛି । ଇସ୍ରାଏଲ କରୋନା ଭୂତାଣୁ ମାତ ଦେବା ପାଇଁ ଏକ ଆଣ୍ଟିବଡ଼ି ବିକାଶ କରିସାରିଥିବା ଦାବି କରିଛି । ଦେଶର ପ୍ରତିରକ୍ଷା ମନ୍ତ୍ରୀ ନଫତାଲି ବେନେଟ ଏ ନେଇ ଘୋଷଣା କରିବା ପରେ ବିଶ୍ୱବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି । ଇସ୍ରାଏଲର ପ୍ରତିରକ୍ଷା ବିଭାଗ ଅଧୀନ ଏବେ ଗୁପ୍ତ ଲାବୋରେଟୋରିରେ ଏହି ଆଣ୍ଟିବଡ଼ିର ଗବେଷଣା ଚାଲିଥିଲା ବୋଲି ଜାଣିବାକୁ ମିଳିଛି ।
ରାଷ୍ଟ୍ରପତି ବେନେଟଙ୍କ ମୁତାବକ ଏହି ଆଣ୍ଟିବଡ଼ି ‘ମୋନୋକେ୍ଦାନଲ’ ଉପାୟରେ କରୋନା ଭୂତାଣୁ ଉପରେ ଆକ୍ରମଣ କରୁଛି ଏବଂ ସଂକ୍ରମିତ ଲୋକଙ୍କ ଶରୀର ଭିତରେ ହିଁ କରୋନାକୁ ନିଷ୍କ୍ରିୟ କରିବାରେ ସମର୍ଥ ହେଉଛି । ଏହା ଦ୍ୱାରା ସଂକ୍ରମିତ ଲୋକମାନେ ଶୀଘ୍ର ଆରୋଗ୍ୟ ଲାଭ କରିପାରିବେ । କିନ୍ତୁ ଏହି ଆଣ୍ଟିବଡ଼ିକୁ ରୋଗୀଙ୍କ ଉପରେ ପ୍ରୟୋଗ କରାଯାଇଛି କି ନାହିଁ, ସେ ବାବଦରେ ବେନେଟ କିଛି ସ୍ପଷ୍ଟ କରିନାହାନ୍ତି । ତଥାପି ତାଙ୍କର ଏଭଳି ଘୋଷଣା ବିଶ୍ୱବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି ।
ଇସ୍ରାଏଲ ରାଷ୍ଟ୍ରପତି କହିଛନ୍ତି, ଇସ୍ରାଏଲସ ଇନଷ୍ଟିଚ୍ୟୁଟ ଫର ବାୟୋଲୋଜିକାଲ ରିସର୍ଚ୍ଚ (ଆଇଆଇବିଆର) କରୋନା ଭୂତାଣୁ ପାଇଁ ଆଣ୍ଟିବଡ଼ି ତିଆରି କରିଛି । ଗୁପ୍ତ ଲାବରେ ଏହାର ପରୀକ୍ଷା ଚାଲିଥିଲା । କରୋନା ଭୂତାଣୁର ଆଣ୍ଟିବଡ଼ି ତିଆରି କରିବାରେ ଇନଷ୍ଟିଚ୍ୟୁଟ କୁ ବଡ଼ ସଫଳତା ମିଳିଛି । ଆଣ୍ଟିବଡ଼ି ବିକାଶ ନେଇ ଚାଲିଥିବା ଅନ୍ତିମ ପର୍ଯ୍ୟାୟ ଗବେଷଣା ଇତି ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି । ଏବେ ଏହାର ପ୍ୟାଟେଣ୍ଟ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଚାଲିଛି ।