ଏଣିକି ଆୟୁର୍ବେଦ ଡାକ୍ତର ବି କରିପାରିବେ ସର୍ଜରୀ : ଏନେଇ ଅନୁମତି ଦେଲେ କେନ୍ଦ୍ର ସରକାର

ଏଣିକି ଆୟୁର୍ବେଦ ଡାକ୍ତର ବି କରିପାରିବେ ସର୍ଜରୀ : ଏନେଇ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସରକାର ଏବେ ଦେଶର ଡାକ୍ତରଙ୍କ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଆଇନସମ୍ମତ ଭାବରେ ଆୟୁର୍ବେଦ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି ମିଳିଛି । ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରି ଆୟୁର୍ବେଦରେ ପିଜି ଛାତ୍ରଙ୍କୁ ସର୍ଜରୀ ପାଇଁ ଅନୁମତି ଦେଇଛନ୍ତି । ଦୀର୍ଘ ୨୫ ବର୍ଷ ଧରି ପୂର୍ବରୁ ଆୟୁର୍ବେଦ ଡାକ୍ତରମାନେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର କରୁଥିଲେ ସୁଦ୍ଧା ଏହା ଆଇନ୍ ସମ୍ମତ ନଥିଲା କିନ୍ତୁ ବର୍ତ୍ତମାନ ଏହାକୁ ସେଣ୍ଟ୍ରାଲ କାଉନସିଲ ଅଫ ମେଡିସିନ୍ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଯାହା ଦ୍ୱାରା ବର୍ତ୍ତମାନଠାରୁ ଆୟୁର୍ବେଦ ଡାକ୍ତରମାନେ ଆଇନସମ୍ମତ ଭାବରେ ଅସ୍ତ୍ରୋପଚାର କରିପାରିବେ । ଏନେଇ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ପକ୍ଷରୁ ଗତ ନଭେମ୍ବର ୧୯ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଯେଉଁଥିରେ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ରେଗୁଲେସନ୍ ୨୦୧୬ କୁ ସଂଶୋଧନ କରାଯାଇ ଆୟୁର୍ବେଦ ଡାକ୍ତରଙ୍କ ସର୍ଜରୀକୁ ଆଇନସମ୍ମତ ବୋଲି ଉଲ୍ଲେଖ କରାଯାଇଛି । କେନ୍ଦ୍ର ସରକାରଙ୍କ ଅନୁମତି ପାଇବା ପରେ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ଏହା ଘୋଷଣା କରିଛି । ଏବେ ଆୟୁର୍ବେଦ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଅସ୍ତ୍ରୋପଚାର କରିବାର ସ୍ୱତନ୍ତ୍ର ତାଲିମ୍ ଦିଆଯିବ ସ୍ନାତକତ୍ତୋର ଶିକ୍ଷାରେ ତାଲିମ୍ ମାଧ୍ୟମରେ ଏବେଠାରୁ ଆୟୁର୍ବେଦ ଛାତ୍ରଛାତ୍ରୀ ମାନଙ୍କୁ ଶଲ୍ୟତନ୍ତ୍ର ଠାରୁ ଆରମ୍ଭ କରି ଅନ୍ତନଳୀ ପର୍ୟନ୍ତ ସବୁ ପ୍ରକାର ଅସ୍ତ୍ରୋପଚାରର ତାଲିମ ଦିଆଯିବ । ଯାହା ଫଳରେ ବର୍ତମାନ ଠାରୁ ଆୟୁର୍ବେଦ ଡାକ୍ତରମାନେ ନାସା, ଗଳା , ଚକ୍ଷୁ, କର୍ଣ୍ଣ ଓ ଅସ୍ଥିଶଲ୍ୟରେ ବିଭିନ୍ନ ପ୍ରକାର ସାଧାରଣ ସର୍ଜରୀ କରିପାରିବେ ।