ଏଣିକି ତାଜା ପରିବା ଖାଇବେ ଭାରତୀୟ ଯବାନ : ଡିଆରଡିଓ ଆଣିଛି ଏହି ନୂତନ ବ୍ୟବସ୍ଥା

ଏଣିକି ତାଜା ପରିବା ଖାଇବେ ଭାରତୀୟ ଯବାନ : ଡିଆରଡିଓ ଆଣିଛି ଏହି ନୂତନ ବ୍ୟବସ୍ଥା

ଏଣିକି ତାଜା ପରିବା ଖାଇବେ ଭାରତୀୟ ଯବାନ : ଡିଆରଡିଓ ଆଣିଛି ଏହି ନୂତନ ବ୍ୟବସ୍ଥା
ଲେହ : ଏଣିକି ତାଜା ପରିବା ଖାଇପାରିବେ ଭାରତୀୟ ଯବାନ । ଡିଆରଡିଓ ପକ୍ଷରୁ ଏନେଇ ଏକ ନୂତନ ବ୍ୟବସ୍ଥା ଆପଣାଯାଇଛି । ଡିଆରଡିଓର ସାମରିକ ସଂସ୍ଥା ଡିହାର ପକ୍ଷରୁ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା କଠୋର ଶୀତରେ ମଧ୍ୟ ପନିପରିବା ଉପôାଦନ କରାଯାଇପାରିବ । ଏହି ବ୍ୟବସ୍ଥାରେ ଗ୍ରୀନ ହାଉସ ଇଫେକ୍ଟ (ସବୁଜ ଗୃହ ପ୍ରଭାବ)ର ବ୍ୟବହାରରେ ବିନା ପରିଶ୍ରମରେ ପନିପରିବା ଉପôନ୍ନ କରାଯିବ । ଏହି ବ୍ୟବସ୍ଥା ଦ୍ୱାରା ଶୀତ ଦିନରେ ମଧ୍ୟ ଖରାଦିନ ଭଳି ପନିପରିବା ଉପôାଦନ କରାଯାଇପାରିବ ବୋଲି ଡିହାରର ନିଦେ୍ର୍ଧଶକ ଓମ ପ୍ରକାଶ ଚୌରାସିଆ ମତ ଦେଇଛନ୍ତି । ଏହି ବ୍ୟବସ୍ଥାରେ ଆଳୁ, କୋବି, ମୂଳା ଏବଂ ଗାଜର ପରି ପନିପରିବା ଉପôାଦନ କରାଯାଇପାରିବ ଯାହାକି ୪-୫ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇ ପାରିବ । ଏହା ସହିତ କ୍ୱିନୋଆ, ଚିଆ ସିଡ୍, ସିବକଥମ ଏବଂ ଗୋଜି ବେରୀ ମଧ୍ୟ ଉପôାଦନ କରାଯାଇପାରିବ ବୋଲି ଚୌରାସିଆ ସୂଚନା ଦେଇଛନ୍ତି ।