ଶରଦ ପୱାରଙ୍କୁ ଆୟକର ବିଭାଗର ନୋଟିସ

ଶରଦ ପୱାରଙ୍କୁ ଆୟକର ବିଭାଗର ନୋଟିସ

ଶରଦ ପୱାରଙ୍କୁ ଆୟକର ବିଭାଗର ନୋଟିସ
ମୁମ୍ବାଇ : ଏନସିପିର ବରିଷ୍ଠ ନେତା ଶରଦ ପୱାରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ପ୍ରଦାନ କରାଯାଇଛି । ନିର୍ବାଚନ ସମୟରେ କରିଥିବା ସତ୍ୟପାଠ ଆଧାରରେ ଏହି ନୋଟିସ ପ୍ରଦାନ କରାଯାଇଛି । ନିଜର ଉପବାସ ସମ୍ପର୍କରେ ସୂଚନା ଦେଉଥିବା ସମୟରେ ପୱାର ଆୟକର ନୋଟିସ ସମ୍ପର୍କରେ କହିଥିଲେ । ଗତକାଲି ନୋଟିସ ମିଳିଥିବା ବେଳେ କେନ୍ଦ୍ର ସରକାରଙ୍କ ମହାରାଷ୍ଟ୍ର ନେତାଙ୍କ ପ୍ରତି ଭଲପାଇବା ଦେଖି ମୁଁ ଆଶ୍ଚଯ୍ୱର୍ାନ୍ୱିତ । ଆୟକର ବିଭାଗର ନୋଟିସ ଅନୁଯାୟୀ ଉତ୍ତର ରଖିବେ ବୋଲି ମଧ୍ୟ ପୱାର ସୂଚନା ଦେଇଛନ୍ତି । କେବଳ ପୱାର ନୁହନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ, ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ମଧ୍ୟ ସମାନ ନୋଟିସ ପ୍ରଦାନ କରାଯାଇଛି ।