ଏନଡିଏ ଛାଡି ତେଜସ୍ୱୀଙ୍କୁ ଆଶୀର୍ବାଦ କରନ୍ତୁ ନୀତିଶ : ଦିଗବିଜୟ ସିଂ

ଏନଡିଏ ଛାଡି ତେଜସ୍ୱୀଙ୍କୁ ଆଶୀର୍ବାଦ କରନ୍ତୁ ନୀତିଶ : ଦିଗବିଜୟ ସିଂ

ଏନଡିଏ ଛାଡି ତେଜସ୍ୱୀଙ୍କୁ ଆଶୀର୍ବାଦ କରନ୍ତୁ ନୀତିଶ : ଦିଗବିଜୟ ସିଂ
ନୂଆଦିଲ୍ଲୀ : ଏନଡିଏ ମେଣ୍ଟ ପରିତ୍ୟାଗ କରି ନୀତିଶ ମହାମେଣ୍ଟରେ ଯୋଗ ଦିଅନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ମତ ଦେଇଛନ୍ତି । ଚଳିତ ଥର ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ମେଣ୍ଟ ଚତୁର୍ଥ ଥର ପାଇଁ କ୍ଷମତା ଦଖଲ କରିଛି । ତେବେ ନୀତିଶଙ୍କ ଭୋଟ ହାର ଅପ୍ରତ୍ୟାଶିତ ଭାବରେ ହ୍ରାସ ପାଇଛି । ରାଜ୍ୟରେ ଏନଡିଏ ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏଭଳି ମନ୍ତବ୍ୟ ଦେଇଛନ୍ତି । ବିଜେପି ଏପରି ଏକ ଦଳ ଯାହା ଅନ୍ୟ ସହଯୋଗୀ ଦଳଙ୍କୁ ଭରାଦେଇ ଉଠିଥାଏ । ନିଜେ ଉପରକୁ ଉଠିବା ସହିତ ସହଯୋଗୀ ଦଳଙ୍କୁ ଶେଷ କରିଥାଏ ଏହି ଦଳ । ଲାଲୁ ପ୍ରସାଦ ଯାଦବ ଏବଂ ଆପଣ ଏକତ୍ର ନିର୍ବାଚନ ଲଢିଥିଲେ । ତେଣୁ ବିଜେପି-ଆରଏସଏସ ନୀତିକୁ ପରିତ୍ୟାଗ କରି ଆପଣ ତେଜସ୍ୱୀ ଯାଦବଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଟ୍ୱିଟ କରିଛନ୍ତି ଦିଗବିଜୟ ସିଂ । ଏହା ସହିତ ଆଉ ଏକ ଟ୍ୱିଟରେ କହିଛନ୍ତି, ନୀତିଶ ଜୀ ବିହାର ରାଜନୀତି ଆପଣଙ୍କ ପାଇଁ ବହୁତ ଛୋଟ । ଆପଣ ବର୍ତ୍ତମାନ ଜାତୀୟ ରାଜନୀତିରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । କେନ୍ଦ୍ର ସରକାରଙ୍କ ବିଭାଜନ ନୀତିର ଶିକାର ନହୋଇ ଆପଣ ନିଜ ବିଚାରଧାରାର ଉପଯୋଗ କରନ୍ତୁ ବୋଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକମାତ୍ର ନେତା ଭାବରେ ନୀତିଗତ ଲଢେଇ ଲଢୁଛନ୍ତି ବୋଲି ଦିଗବିଜୟ ମତ ଦେଇଛନ୍ତି ।