ଏନଡିଏ ସରକାର ଆସିଲେ ପୁଡୁଚେରୀ ଦେଶର ମୁକ୍ତା ଭାବେ ପରିଚୟ ପାଇବ : ଶାହା

ଏନଡିଏ ସରକାର ଆସିଲେ ପୁଡୁଚେରୀ ଦେଶର ମୁକ୍ତା ଭାବେ ପରିଚୟ ପାଇବ : ଶାହା

ଏନଡିଏ ସରକାର ଆସିଲେ ପୁଡୁଚେରୀ ଦେଶର ମୁକ୍ତା ଭାବେ ପରିଚୟ ପାଇବ : ଶାହା
ପୁଡୁଚେରୀ: ଏପି୍ରଲ ୬ରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦଳୀୟ ପ୍ରଚାର କରିଛନ୍ତି । ରବିବାର ଦଳୀୟ ଶୋଭାଯାତ୍ରାକୁ ସମ୍ବୋଧନ କରି ଶାହା କହିଛନ୍ତି ଯେ ଏନଡିଏ ସରକାର କ୍ଷମତାକୁ ଆସିଲେ ପୁଡୁଚେରୀ ଦେଶର ମୁକ୍ତା ଭାବେ ପରିଚୟ ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଅନୁଯାୟୀ ପୁଡୁଚେରୀ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବ । ଏହାକୁ ଏକ ବ୍ୟବସାୟିକ, ଶିକ୍ଷା, ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକାଶ କରାଯିବ । ପୁଡୁଚେରୀର ୭୫% ଯୁବକ ଯୁବତୀ ବେକାର ରହିଥିବା ବେଳେ ଏନଡିଏ କ୍ଷମତାକୁ ଆସିଲେ ଏହି ବେକାରୀ ହାର ୪୦ କୁ ହ୍ରାସ କରାଯିବ ।