ଏପରି ବ୍ୟବହାର କରନ୍ତୁ ପିଆଜ, ବଢିବ ତ୍ୱଚାର ଚମକ

ଏପରି ବ୍ୟବହାର କରନ୍ତୁ ପିଆଜ, ବଢିବ ତ୍ୱଚାର ଚମକ

ଏପରି ବ୍ୟବହାର କରନ୍ତୁ ପିଆଜ, ବଢିବ ତ୍ୱଚାର ଚମକ

ଭୁବନେଶ୍ୱର: ପ୍ରତ୍ୟେକ ଘରେ ପିଆଜ ସର୍ବଦା ମିଳିଥାଏ । ରୋଷେଇରେ ସ୍ୱାଦ ବଢ଼ିବାରେ ସାହାର୍ଯ୍ୟ କରିଥାଏ ପିଆଜ । ପିଆଜର ଅନେକ ଉପକାରୀ ଗୁଣ ରହିଛି । ତେବେ ଏହା ଅନେକ ସମୟରେ ତ୍ୱଚା ମସମ୍ୟାକୁ ଦୂର କରିଥାଏ । ଅନେକ ଜଣ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି । ଯାହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ । ମାତ୍ର ପିଆଜର ବ୍ୟବହାରରେ ତ୍ୱଚା ଉଜ୍ଜ୍ୱଳ ହେବା ସହ ସେପରି କିଛି ସମସ୍ୟା ଦେଖାଯାଇ ନ ଥାଏ । ଏଥିରେ ଭିଟାମିନ, ଆଣ୍ଟି – ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟରିଆଲ, ଆଣ୍ଟି ସେଫ୍ଟି, ଆଣ୍ଟି ଇମ୍ଫ୍‌ଲେମେଟାରୀ ଗୁଣ ରହିଛି, ଯାହା ତ୍ୱଚା ସମସ୍ୟାକୁ ଦୂର କରିଥାଏ ।

ତେବେ କିପରି ଏହାର ବ୍ୟବହାର କରିବେ ଜାଣନ୍ତୁ
ପିଆଜରୁ ରସ ବାହାର କରି ଚେହେରାରେ ଲଗାଇ ହାଲୁକା ଭାବରେ ମାଲିସ କରନ୍ତୁ । ପରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ପରେ ଥଣ୍ଡାପାଣିରେ ମୁହଁ ଧୋଇ ଦିଅନ୍ତୁ  । ଏପରି କିଛି ଦିନ କରିବା ପରେ ଆପଣ ସଫା ଦେଖାଯିବା ସହ ମୁହଁ ଉଜ୍ଜ୍ୱଳ ଦିଶିଥାଏ ।

ବ୍ରଣ ସମସ୍ୟା ଥିଲେ ପିଆଜ ରସରେ କିଛି ଅଲିଭ ଅଏଲ ମିଶାଇ ଲଗାନ୍ତୁ । ଦେଖିବେ କିଛିଦିନ ପରେ ଏହି ସମସ୍ୟା ଦୂର ହୋଇଯିବ ।

ତିଳ ଚିହ୍ନ ବା କଳାଯାଇ ମୁହଁରେ ହେଲେ ମୁହଁ ସୁନ୍ଦର ଲାଗୁଥିବା ବେଳେ ଅଧିକ ମାତ୍ରାରେ କଳାଯାଇ ଚିନ୍ତାର କାରଣ ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ପିଆଜ ପେଷ୍ଟକୁ ତୁଳସୀ ପତ୍ର ସାହାଯ୍ୟରେ ମୁହଁରେ ଲଗାନ୍ତୁ । କିଛି ସମୟ ରଖି ଧୋଇ ଦିଅନ୍ତୁ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ ।