ଟିକା ପାଇଁ ସତର୍କ ଘଣ୍ଟି, ସେପ୍ଟେମ୍ବର ୩୦ରୁ ମିଳିବନି ମାଗଣା ଟିକା
ଟିକା ପାଇଁ ସତର୍କ ଘଣ୍ଟି, ସେପ୍ଟେମ୍ବର ୩୦ରୁ ମିଳିବନି ମାଗଣା ଟିକା
ଭୁବନେଶ୍ବର: ଟିକା ପାଇଁ ବାଜିଲା ସ୍ବାସ୍ଥ୍ୟ ବିଭାଗର ସତର୍କ ଘଣ୍ଟି। ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି। ତୁରନ୍ତ ଟିକା ନେବାକୁ ସ୍ବାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଅପିଲ କରିଛି । ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ଥିବାରୁ ଯେଉଁମାନେ ପ୍ରଥମ, ଦ୍ବିତୀୟ ଡୋଜ ଏବଂ ବୁଷ୍ଟର ଡୋଜ ନେଇ ନାହିଁନ୍ତି, ତୁରନ୍ତ ନେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୩୦ରେ ଶେଷ ହେବ ମାଗଣା ଟିକା ପ୍ରଦାନ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି , " ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ପ୍ରିକସନ ଡୋଜ ନେଇ ନାହାନ୍ତି । ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ନେଇ ନାହାନ୍ତି । ରାଜ୍ୟରେ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ପ୍ରିକସନ ଡୋଜ ନେଇଛନ୍ତି । ୨୩ ଲକ୍ଷ ୩୨ ହଜାର ଲୋକ ଦ୍ବିତୀୟ ଡୋଜ ନେଇ ନାହାନ୍ତି । ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟିକା ନେବା ପାଇଁ ଲୋକେ ଆଗ୍ରହ ଦେଖାଉନାହାନ୍ତି ।" ସେ ଆହୁରି ମଧ୍ୟ କହିଛନ୍ତି, ଜୁଲାଇ ୧୫ରୁ ୧୮ରୁ ୫୯ ବର୍ଷ ନାଗରିକଙ୍କୁ ମାଗଣାରେ ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୧୮ରୁ ୫୯ ବର୍ଷ ମଧ୍ୟରେ ୯୫ ଲକ୍ଷ ୯୧ ହଜାର ଟିକା ନେଇଛନ୍ତି । ତେଣୁ ସେପ୍ଟେମ୍ବର ୩୦ ପୂର୍ବରୁ ସମସ୍ତେ ଟିକା ନେବା ଅତ୍ୟନ୍ତ ଆବଶ୍ୟକ ରହିଛି ।"