ଏପି୍ରଲରୁ ଲାଗୁ ହେବ ନୂଆ ମଜୁରି ବିଲ
ଏପି୍ରଲରୁ ଲାଗୁ ହେବ ନୂଆ ମଜୁରି ବିଲ
admin
Feb 11, 2021 - 07:25
Updated: Feb 11, 2021 - 07:25
ନୂଆଦିଲ୍ଲୀ: ଗ୍ରାଚୁ୍ୟଇଟି ଏବଂ ଲିଭ ଏନକ୍ୟାସମେଣ୍ଟ ଭଳି ବେନିଫିଟସ ପ୍ଲାନରେ ପିଛିଲା ଭାବେ ବୃଦ୍ଧି ଓ ଅତିରିକ୍ତ ପିଏଫ ଯୋଗଦାନ ଦ୍ୱାରା କମ୍ପାନୀ ଗୁଡ଼ିକୁ ଆଗକୁ ସେମାନଙ୍କ ଦରମା ବୃଦ୍ଧି ବଜେଟର ସମୀକ୍ଷା କରିବାକୁ ପଡ଼ିପାରେ । ଯଦି ସରକାର ମଜୁରିର ନୂଆ ପରିଭାଷାକୁ ଲାଗୁ କରନ୍ତି ତେବେ ପିଏଫ ଯୋଗଦାନ ବଢ଼ିବ । ପୂର୍ବରୁ ପିଏଫ କେବଳ ମୂଳ ଦରମା, ଡିଏ ଏବଂ ଅନ୍ୟ ସ୍ୱତନ୍ତ୍ର ଭତ୍ତାକୁ ହିସାବକୁ ନିଆଯାଇ ନିର୍ଦ୍ଧାରଣ କରାଯାଉଥିଲା । ନୂଆ ନିୟମ ଅନୁସାରେ ସବୁ ଯାକ ଭତ୍ତା ମିଶିଲେ ଏହା ମୋଟ ଦରମାର ୫୦% ରୁ ଅଧିକ ହୋଇପାରିବ ନାହିଁ । ଅର୍ଥାତ ୨୦୨୧ ଏପି୍ରଲରୁ ମୋଟ ଦରମାରେ ମୂଳ ଦରମାର ଭାଗ ୫୦% କିମ୍ବା ଏହାଠାରୁ ଅଧିକ ରହିବ । ନୂଆ ମଜୁରି ବିଲ ଆସିବା ପରେ ଦରମା ଢ଼ାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ଆସିପାରେ । ସରକାର ୨୯ ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ମିଶାଇ ୪ଟି ନୂଆ ଆଇନ ବନାଇଛନ୍ତି । ଏଥିରେ ମଜୁରି ଏବଂ ସାମାଜିକ ସୁରକ୍ଷା କୋଡ ମଧ୍ୟ ସାମିଲ ଅଛି । ମଜୁରିର ପରିଭାଷାକୁ ବ୍ୟାପକ କରାଯାଇଛି । ଏହାର ବ୍ୟାପକ ପ୍ରଭାବ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଉପରେ ପଡ଼ିବ । ଏହା ଦ୍ୱାରା କର୍ମଚାରୀଙ୍କ ହାତକୁ ଆସୁଥିବା ଦରମା ଉପରେ ବଡ଼ ପ୍ରଭାବ ପଡ଼ିପାରେ ।