ଓଡ଼ିଶା ବନ୍ଦ ଡାକରାରେ ସାମିଲ ହେବ କଂଗ୍ରେସ

ଓଡ଼ିଶା ବନ୍ଦ ଡାକରାରେ ସାମିଲ ହେବ କଂଗ୍ରେସ

ଓଡ଼ିଶା ବନ୍ଦ ଡାକରାରେ ସାମିଲ ହେବ କଂଗ୍ରେସ

ଭୁବନେଶ୍ୱର:ହୁ ହୁ ହୋଇ ବଢ଼ୁଛି ତୈଳଦର । ପେଟ୍ରୋଲ, ଡିଜେଲ ଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ି ଚାଲିଛି । ତୈଳଦରର ଅହେତୁକ ବୃଦ୍ଧିକୁ ବିରୋଧ କରିଛନ୍ତ ବାମପନ୍ଥୀ ଦଳ ଓ ବିଭିନ୍ନ ସଂଗଠନ । ସେମାନଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।
ବାମ ଦଳର ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ । ବନ୍ଦକୁ କଂଗ୍ରେସ ସମର୍ଥନ କରୁଥିଲେ ସୁଦ୍ଧା  ରାସ୍ତାରୋକ କିମ୍ବା ପ୍ରତିବାଦ କରାଯିବ ନାହିଁ । ଏକଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ତେବେ ୧୫ ତାରିଖ ଗୋଟିଏ ଦିନ ଜନସାଧାରଣ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ନକିଣି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ।

ଅନ୍ୟପକ୍ଷରେ  ବ୍ଲକ ପରେ ଆଜି ଜିଲ୍ଲା ସ୍ତରରେ କଂଗ୍ରେସର ତୈଳ ଦର ବୃଦ୍ଧି ପ୍ରତିବାଦ । ଦେଶରେ ତୈଳ ଦର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଦର ବୃଦ୍ଧି ପ୍ରତିବାଦରେ ଆଜି ଜିଲ୍ଲା ସ୍ତରରେ ବିକ୍ଷୋଭ କରିବ ଦଳ । ସାରା ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବେଲଗାମ ହେଉଛି । ରାଜ୍ୟର ସମସ୍ତ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟପିଛି । ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିବାରେ ଲାଗିଛି ।
କରୋନା ସମୟରେ ଲୋକ ରୋଜଗାର ହରାଇଥିବା ବେଳେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସାଜିଛି । ଏହାର ପ୍ରତିବାଦରେ ଗତ ୭ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ କଂଗ୍ରେସ । ଆଜି ଜିଲ୍ଲା ସ୍ତରରେ ବିକ୍ଷୋଭ ହେଉଥିବା ବେଳେ ଆସନ୍ତା ୧୪ରେ ଭୁବନେଶ୍ୱରରେ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିବ କଂଗ୍ରେସ । ପରେ ୧୫ତାରିଖରେ ଲୋକଙ୍କୁ ତେଲ ନକିଣିବାକୁ ଦଳ ଅନୁରୋଧ କରିବ । ୧୭ରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରିବ କଂଗ୍ରେସ ।