ନାବାଳିକାକୁ ନିର୍ଯାତନା ଦେଇ ବନ୍ଧା ହେଲେ ବାପା-ମାଆ

ନାବାଳିକାକୁ ନିର୍ଯାତନା ଦେଇ ବନ୍ଧା ହେଲେ ବାପା-ମାଆ

ନାବାଳିକାକୁ ନିର୍ଯାତନା ଦେଇ ବନ୍ଧା ହେଲେ ବାପା-ମାଆ

ଭୁବନେଶ୍ୱର: ବାଲିପାଟଣା ଥାନା ଅଞ୍ଚଳରେ ନାବାଳିକାକୁ ନିର୍ଯାତନା ଦେବା ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ଚାଇଲ୍ଡ ଲାଇନର ହସ୍ତକ୍ଷେପ ପରେ ପୁଲିସ ଏକ ମାମଲା ରୁଜୁ କରି ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ନାବାଳିକାକୁ ନିର୍ଯାତନା ଦେବା ଅଭିଯୋଗରେ ଗତକାଲି ଠାରୁ ଅଟକ ଥିବା ତାର ବାପା ଓ ସାବତ ମାକୁ ପୁଲିସ ଆଜି ଗିରଫ କରିଛି ।   ବାଲିପାଟଣା ପୁଲିସ ସେମାନଙ୍କୁ ଗିରଫ କରିଥିବା ନେଇ ଡିସିପି ସୂଚନା ଦେଇଛନ୍ତି ।  ଉଭୟଙ୍କ ନାମରେ ପୁଲିସ ୩୦୭ ଭଳି ସଂଗୀନ ଦଫା ଲଗାଇଛି । 

ପ୍ରକାଶ ଯେ, ସମ୍ପୃକ୍ତ ନାବାଳିକାକୁ ବାପା ଓ ସାବତ ମା ଅକଥନୀୟ ନିର୍ଯାତନା ଦେଉଥିଲେ ।  ଝିଅଟିକୁ କିଛି ଖାଇବାକୁ ନଦେବା ସହ ନିର୍ଘାତ ମାଡ଼ ମାରୁଥିଲେ ।  ଏମିତିକି ଗରମ ପାଣିରେ ହାତ ବୁଡ଼ାଇ ବାବା ଓ ସାବତ ମା ମଜା ନେଉଥିଲେ  । ଏଭଳି ଅକଥନୀୟ ନିର୍ୟ୍ୟାତନା ମାସେ କି ଦୁଇ ମାସର ନୁହେଁ । ଦୀର୍ଘ ଦେଢ଼ ବର୍ଷ ଧରି କୁନି ଝିଅଟି ଏମିତି କଷ୍ଟ ସହୁଥିଲା । ବର୍ତ୍ତମାନ କୁନି ଝିଅଟି ଚାଇଲ୍ଡ ଲାଇନ୍‌ ଦ୍ୱାରା ଉଦ୍ଧାର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି ।