କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

ଭୁବନେଶ୍ୱର:  କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ।  ଅନୁଭବଙ୍କ ପତ୍ନୀ ମଧ୍ୟ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ।  ଉଭୟ ବର୍ଷା ଓ ଅନୁଭବ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିବା ଜଣାଯାଇଛି । ତେବେ ଆସନ୍ତା ୧୪ ତାରିଖରେ ପୁଣି ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରକୁ ଆସିବା ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଜଣାଯାଇଛି ।

ପ୍ରକାଶ ଯେ, କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପି୍ରୟଦର୍ଶିନୀଙ୍କୁ ଭିତରେ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି । କିଛି ଦିନର ନିରବତା ପରେ ପୁଣି ଦୁହିଁଙ୍କ ମଧ୍ୟରେ ଏକ ନୂଆ ବିବାଦ ଚର୍ଚ୍ଚାକୁ ଆସିଛି । ଏଥର ବର୍ଷାଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ ଆଣିଛନ୍ତି ଅନୁଭବ । ବର୍ଷାଙ୍କ ଇଙ୍ଗିତରେ ଅଚିହ୍ନା ଲୋକେ ତାଙ୍କ ଘରକୁ ଆସୁଥିବାରୁ ପରିବାର ପ୍ରତି ବିପଦ ଥିବା ଅନୁଭବ ଅଭିଯୋଗ କରିଛନ୍ତି ।  ଗତକାଲି  ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଥାନାକୁ ଯାଇଥିଲେ ।   ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି। ଘରେ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଅନୁଭବ। ସେମାନଙ୍କୁ ସେ ଚିହ୍ନି ନ ଥିବା ଅଭିଯୋଗପତ୍ରରେ ଦର୍ଶାଇଥିଲେ। କିଛି ଦିନ ପୂର୍ବେ ମଧ୍ୟସ୍ଥ କେନ୍ଦ୍ରକୁ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ନଆସିବାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ  ଅନୁଭବ। ବାରମ୍ବାର ନୋଟିସ ସତ୍ତ୍ୱେ ବର୍ଷା ଆସୁନଥିବା କହିଥିଲେ ଅନୁଭବ। ଅନୁଭବ କହିଥିଲେ ଯେ ସେ ସୋଶାଲ୍‌ ମିଡିଆ ପାଇଁ ସମୟ ପାଉଛନ୍ତି। କିନ୍ତୁ କୋର୍ଟକୁ ଆସିବାକୁ ସମୟ ନାହିଁ। ଜାଣିଶୁଣି ମାମଲାକୁ ସାରିବାକୁ ସେ ଚାହୁଁନାହାନ୍ତି।”

ସେ ଆହୁରି କହିଥିଲେ “ମୁଁ ଆରମ୍ଭରୁ କହିଥିଲି ଘରୋଇ ମାମଲା। ବାହାରେ କେଉଁଠି କିଛି କହିବାକୁ ଚାହୁଁନଥିଲି। କିନ୍ତୁ ବାଧ୍ୟ ହେଉଛି କେତୋଟା କଥା କହିବାକୁ। ଛାଡ଼ପତ୍ର ପାଇଁ ଦିଲ୍ଲୀରେ ମୁଁ ମାମଲା କରିଥିଲି। ତା’ପରେ ବର୍ଷା ମୋ’ ବିରୋଧରେ ଦୁଇଟି ମାମଲା କରିଥିଲେ। ଠିକ୍‌ ଅଛି ସେ ନ୍ୟାୟାଳୟରେ ଦ୍ୱାରସ୍ଥ ହେଲେ। ମୋର ସେଥିରେ କିଛି କହିବାର ନାହିଁ। ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ। କିନ୍ତୁ ଗୋଟିଏ କଥା ବୁଝି ପାରୁନାହିଁ, ତାଙ୍କର ସବୁ ପିଟିସନ୍‌ ଉପରେ ବାରମ୍ୱାର ରିପ୍ଲାଏ କଲିଣି। ହେଲେ ରିପ୍ଲାଏ ରିସିଭ୍‌ କରିବାକୁ କେହି ଆସୁ ନାହାନ୍ତି।”

ଅନୁଭବଙ୍କ ଅଭିଯୋଗକୁ  ଖଣ୍ଡନ କରିଥିଲେ ବର୍ଷାଙ୍କ ଓକିଲ ଆର. କେ ରଥ। ସେ କହିଥିଲେ, “ଦେହ ଖରାପ ହେତୁ ଆଜି ଆସିପାରିବେନି ବୋଲି ବର୍ଷା କୋର୍ଟଙ୍କୁ ଜଣାଇଥିଲେ। ବର୍ଷା ନୁହଁନ୍ତି, ଅନୁଭବ ହିଁ ହାଜର ନହୋଇ ପୂର୍ବରୁ ଦିନ ଗଡ଼ାଇ ଆସିଛନ୍ତି। ଅନୁଭବ କୋର୍ଟ ପ୍ରୋସିଜିଓର ମାନୁନାହାନ୍ତି, ମନଇଚ୍ଛା ପଳାଇ ଆସୁଛନ୍ତି।”