ଓଡ଼ିଶାରୁ ବିଳମ୍ବରେ ଫେରିବ ମୌସୁମୀ

ଓଡ଼ିଶାରୁ ବିଳମ୍ବରେ ଫେରିବ ମୌସୁମୀ

ଓଡ଼ିଶାରୁ ବିଳମ୍ବରେ ଫେରିବ ମୌସୁମୀ
ଭୁବନେଶ୍ୱର: ବିଳମ୍ବରେ ଓଡ଼ିଶାରୁ ଫେରିବ ମୌସୁମୀ । ଅକ୍ଟୋବର ୧୫ ତାରିଖ ପରେ ଏହି ପ୍ରକି୍ରୟା ଆରମ୍ଭ ହୋଇପାରେ । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ମୁତାବକ ଦେଶରେ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକି୍ରୟା ଆସନ୍ତା ୨୮ ତାରିଖରୁ ପଶ୍ଚିମ ରାଜସ୍ଥାନରୁ ଆରମ୍ଭ ହୋଇଥିବ । ଏହା ପରେ ପଞ୍ଜାବ, ହରିୟାଣା, ଛତିଶଗଡ଼, ପୂର୍ବ ରାଜସ୍ଥାନରୁ ଓ ପରେ ଉତ୍ତର ଭାରତରୁ ଧୀରେ ଧୀରେ ଅପସରି ଯିବ । କିନ୍ତୁ ଓଡ଼ିଶାରେ ଏହା ସ୍ୱାଭାବିକ ସମୟ ଠାରୁ ୫ ରୁ ୭ ଦିନ ବିଳମ୍ବ ହେବ । ରାଜ୍ୟକୁ ବର୍ତ୍ତମାନ ଉତ୍ତର ପଶ୍ଚିମ ଭାରତରୁ ପବନ ବହୁଛି । ଏହା ଅକ୍ଟୋବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ତେଣୁ ଅକ୍ଟୋବର ୧୫ ତାରିଖ ପରେ ରାଜ୍ୟରୁ ମୌସୁମୀ ଫେରିବା ପ୍ରକି୍ରୟା ଆରମ୍ଭ ହେବ ବୋଲି କୁହାଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ପୂର୍ବ ବିହାର ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଲଘୁଚାପ ବଳୟ ବି ଉକ୍ତ ସ୍ଥାନରେ ରହିଛି । ଏହା ସହ ମୌସୁମୀ ଟ୍ରଫ ବି ଅମୃତସର, ପଟିଆଲା, ବରେଲି, ଗୋରଖପୁର ହୋଇ ଲଘୁଚାପ କେନ୍ଦ୍ର ଦେଇ ଗତି କରୁଛି । ମୌସୁମୀ ଟ୍ରଫ ଏବେ ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି । ଫଳରେ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଆସନ୍ତା ୨୮ ତାରିଖରୁ ପଶ୍ଚିମ ରାଜସ୍ଥାନ ଓ ସଂଲଗ୍ନ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଛି ସେପ୍ଟେମ୍ବର ୨୮ରେ ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ । ସ୍ୱାଭାବିକ ଭାବେ ୧୭ ରୁ ଏହି ପ୍ରକି୍ରୟା ଆରମ୍ଭ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହା ୧୧ ଦିନ ବିଳମ୍ବ ହେବାକୁ ଯାଉଛି । ଏହି କ୍ରମରେ ଓଡ଼ିଶାରୁ ମଧ୍ୟ ମୌସୁମୀ ଫେରିବାରେ ବିଳମ୍ବ ହେବ ବୋଲି ଆଶା କରାଯାଉଛି ।