ଓଡ଼ିଶା ସିଭିଲ ସର୍ଭିସ ୨୦୨୧ର ଫଳ ପ୍ରକାଶ ଉପରେ ଲାଗିଲା ଅଙ୍କୁଶ

ଓଡ଼ିଶା ସିଭିଲ ସର୍ଭିସ ୨୦୨୧ର ଫଳ ପ୍ରକାଶ ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ଵର : ଓଡ଼ିଶା ସିଭିଲ ସର୍ଭିସ ୨୦୨୧ର ଫଳ ପ୍ରକାଶ ଉପରେ ଲାଗିଲା ଅଙ୍କୁଶ। ଅନ୍ତରୀଣ ରହିତାଦେଶ ଜାରିକଲେ ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।