କଙ୍ଗନାଙ୍କ ବିରୋଧରେ ଆଉ ଏକ ମାମଲା

କଙ୍ଗନାଙ୍କ ବିରୋଧରେ ଆଉ ଏକ ମାମଲା

ମୁମ୍ବାଇ: ନିକଟରେ ନିଜର ମଣିକର୍ଣ୍ଣିକା ଅଫିସ ଭଙ୍ଗାକୁ ନେଇ ଚର୍ଚ୍ଚାରେ ଥିବା ଏହି ନାୟିକା ନାଁରେ ପୁଣି ଥରେ ଅଭିଯୋଗ ରହିଛି । ହିନ୍ଦୁ-ମୁସଲିମ ଜାତିଆଣ ଭେଦ ସୃଷ୍ଟିକରୁଥିବା ଅଭିଯୋଗ ନେଇ ପିଟିସନର ସାହିଲ ଅଶରଫ ଅଲ୍ଲୀ ସୟେଦଙ୍କ ଅଭିଯୋଗକ୍ରମେ ମୁମ୍ବାଇର ବାନ୍ଦ୍ରା କୋର୍ଟରେ କେଶ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । କଙ୍ଗନା ନିଜ ଟ୍ୱିଟର ଆକାଉଣ୍ଟରେ ଗତ କିଛି ଦିନ ହେବ ନେପୋଟିଜମ, ହିନ୍ଦୁ ଓ ମୁସଲମାନ କଳାକାରଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏହାସହ ୩୩ବର୍ଷିୟ ଅଭିନେତ୍ରୀ ଜଣକ ପ୍ରତି ସମୟରେ ବଲିଉଡ଼କୁ ବଦନାମ କରିଚାଳଇଛନ୍ତି । ଜଣେ ବିଶିଷ୍ଟ ଅଭିନେତ୍ରୀ ରୂପେ କଙ୍ଗନାଙ୍କ ପ୍ରଶଂସକଙ୍କ ସଂଖ୍ୟା ଢେ଼ର ଅଧିକ ରହିଥିବାବେଳେ ସେ ଲଗାତାର ବୈଦୁତିକ ଗଣମାଧ୍ୟମ ଓ ଟ୍ୱିଟ ଜରିଆରେ ଯେଉଁପରି ଭାବେ ବି-ଟାଉନକୁ ବଦନାମ କରୁଛନ୍ତି ତାହାକୁ ଆଦୌ ସହିପାରିନାହାନ୍ତି ମହାରାଷ୍ଟ୍ର ସରକାର।