କନିକା କପୁରଙ୍କ ନାଁରେ ଅପରାଧିକ ମାମଲା ରୁଜୁ

କନିକା କପୁରଙ୍କ ନାଁରେ ଅପରାଧିକ ମାମଲା ରୁଜୁ

କନିକା କପୁରଙ୍କ ନାଁରେ ଅପରାଧିକ ମାମଲା ରୁଜୁ
ନୂଆଦିଲ୍ଲୀ:ବଲିଉଡ଼ ଗାୟିକା କନିକା କପୁର କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବହୁ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି । କନିକା ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ନ କରାଇ ବିଭିନ୍ନ ପାର୍ଟିରେ ଯୋଗ ଦେଇଥିବାରୁ ତାଙ୍କ ବିରୋଧରେ ୟୁପି ସରକାର ଅପରାଧିକ ମାମଲା ରୁଜୁ କରିଛନ୍ତି । କନିକା ଲକ୍ଷ୍ନୌରେ ଯେଉଁ ହାଇ ପ୍ରୋଫାଇଲ ପାର୍ଟିରେ ଯୋଗ ଦେଇଥିଲେ ସେଠାରେ ଅନେକ ନେତା, ସାଂସଦ ଏବଂ ବରିଷ୍ଠ ଅଧିକାରୀ ଥିବାରୁ ଏବେ ଆତଙ୍କ ଖେଳି ଯାଇଛି । ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ସାଂସଦ ଦୁଶ୍ୟନ୍ତ ସିଂହ ମଧ୍ୟ ଯୋଗ ଦେଇଥିବାରୁ ଉଭୟ ଏବେ କ୍ୱାରାଣ୍ଟିନରେ ଅଛନ୍ତି । ଦୁଶ୍ୟନ୍ତ ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିବାରୁ ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ ବୋଲି ମଧ୍ୟ ଜଣାପଡ଼ିଛି । ଦୁଶ୍ୟନ୍ତ ସଂସଦକୁ ମଧ୍ୟ ଯାଇଥିବାରୁ ତାଙ୍କ ସହ ମିଶିଥିବା ସାଂସଦମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଏବେ ସଂସଦର ଗୃହ ଅଧିବେଶନ ବନ୍ଦ କରିବାକୁ ମଧ୍ୟ ଅନେକ ସାଂସଦ ଦାବି କରିଛନ୍ତି । ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଏବଂ ଟିଏମସି ନେତା ଡେରେକ ଓବ୍ରେନ ମଧ୍ୟ ଏବେ ସେଲଫ ଆଇସୋଲେସନରେ ଅଛନ୍ତି । କନିକା ପାର୍ଟି କରିଥିବା ହୋଟେଲକୁ ମଧ୍ୟ ବନ୍ଦ ରଖାଯାଇଛି ।